ପୁରୀ: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୦୨ତମ ଉତ୍କଳ ତଥା ପୁରୀ ଆଗମନୀ ସ୍ମୃତି ମହୋତ୍ସବ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରେ ସତ୍ସଙ୍ଗ ଠାକୁରବାଡ଼ିରେ ବେଦ, ନହବତ୍, ଉଷାକୀର୍ତ୍ତନ, ପ୍ରାର୍ଥନା ଓ ଗ୍ରନ୍ଥ ପାଠ କରାଯାଇଥିଲା। ସକାଳେ ତାଳବଣିଆସ୍ଥିତ ମଞ୍ଚରେ ଦେଶାତ୍ମବୋଧକ ସଂଗୀତ ‘ଆର୍ଯ୍ୟ ଭାରତ ବର୍ଷ ଆମାର’ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉତ୍ସବ କମିଟି ସଭାପତି ଡ଼ ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟିକା ସୁନନ୍ଦା ଦାସ, ପୂର୍ବାଞ୍ଚଳ ଆର୍ଡିସି ଡ଼ ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ, ବୈରାଗୀ ଚରଣ ଦ୍ବିବେଦୀ ପ୍ରମୁଖ ଠାକୁର ଅନୁକୂଳଚନ୍ଦ୍ରଙ୍କ ପୁରୀ ଆଗମନର ସ୍ମୃତିଚାରଣ କରିଥିଲେ। ପରେ ସୁସଜ୍ଜିତ ରଥରେ ଶ୍ରୀଶ୍ରୀ ଠାକୁରଙ୍କ ବିଗ୍ରହ ପରିକ୍ରମା କରାଯାଇଥିଲା। ରେଳ ଷ୍ଟେସନ୍ ନିକଟକୁ ନେବା ପରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରୁ ରଥକୁ ଭିଆଇପି ରୋଡ୍, ସୁଭାଷ ବୋଷ ଛକ ଦେଇ ଠାକୁରବାଡ଼ିକୁ ପ୍ରତ୍ୟାବର୍ତ୍ତନ କରିଥିଲା। ୩ଟି ମଞ୍ଚରେ ଶ୍ରୀଶ୍ରୀ ଠାକୁର, ଶ୍ରୀଶ୍ରୀ ବଡ଼ମା, ଶ୍ରୀଶ୍ରୀ ବଡ଼ଦା, ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ସୁସଜ୍ଜିତ କରି ବସାଯାଇଥିଲା। ମଞ୍ଚରେ ଭକ୍ତି ସଂଗୀତ, ଦୀକ୍ଷାପତ୍ର ସମ୍ମିଳନୀ, ସାଧାରଣ ସଭା, ଅନୁଭୂତିର ଗଳ୍ପ, ଚିକିତ୍ସକ ସମ୍ମିଳନୀ, ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୬୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସ୍ବାସ୍ଥ୍ୟ ଶିବିରରେ ୧ ହଜାରରୁ ଅଧିକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶ୍ରୀଶ୍ରୀ ଠାକୁରଙ୍କ ଅଣନାତି ଅରଣୀ ଦାଦା ଭକ୍ତମାନଙ୍କ ଗହଣରେ ଉପସ୍ଥିତ ରହି ଆଶୀର୍ବାଦ ଦେଇଥିଲେ। ସତ୍ସଙ୍ଗ ଦେଓଘର ଆଶ୍ରମର ପ୍ରତି ଋତ୍ବିକ୍ ଡ଼ ବିନାୟକ ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା।
ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପୁରୀ ଆଗମନୀ ସ୍ମୃତି ମହୋତ୍ସବ
/sambad/media/post_attachments/wp-content/uploads/2024/01/sfhshffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)