ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ୨୦୨୪ ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବ। ଏଣୁ ଜିଲ୍ଲାୱାରି ଏକ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁଥିରେ ୭୪୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିର, ଏଭଳି ୮୫୭ଟି ମନ୍ଦିର ରହିଛି।

Advertisment

ମିଳିଥିବା ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ୧୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ବାଲେଶ୍ବର ଜିଲ୍ଲାର ୬୧ଟି ଶ୍ରୀଜଗନ୍ନାଥ ମନ୍ଦିର, ବରଗଡ଼ର ୧୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଭଦ୍ରକ ଜିଲ୍ଲାର ୩୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ବଲାଙ୍ଗୀର ଜିଲ୍ଲାର ୨୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ବୌଦ୍ଧ ଜିଲ୍ଲାର ୨୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, କଟକର ୫୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୮ଟି ଅନ୍ୟ ମନ୍ଦିର, ଦେବଗଡ଼ର ୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଢେଙ୍କାନାଳର ୨୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଗଂଜାମର ୬୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ଗଜପତିର ୮ଟି ଶ୍ରୀଜଗନ୍ନାଥ ମନ୍ଦିର, ଜଗତସିଂହପୁରର ୪୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଯାଜପୁରର ୪୧ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଝାରସୁଗୁଡ଼ାର ୧୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କଳାହାଣ୍ଡିର ୧୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କନ୍ଧମାଳର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କେନ୍ଦ୍ରାପଡ଼ାର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦୁଝରର ୩୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଖୋର୍ଦ୍ଧାର ୫୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୭ଟି ଅନ୍ୟ ମନ୍ଦିର, କୋରାପୁଟର ୨୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ମାଲକାନାଗିରିର ୧୧ଟି ଶ୍ରୀଜଗନ୍ନାଥ ମନ୍ଦିର, ମୟୂରଭଞ୍ଜର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, ନବରଙ୍ଗପୁରର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ନୂଆପଡ଼ାର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର, ନୟାଗଡ଼ର ୨୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୬ଟି ଅନ୍ୟ ମନ୍ଦିର, ରାୟଗଡ଼ାର ୧୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ସମ୍ବଲପୁରର ୧୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ସୁବର୍ଣ୍ଣପୁରର ୧୯ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, ସୁନ୍ଦରଗଡ଼ର ୨୪ଟି ଶ୍ରୀଜଗନ୍ନାଥ ମନ୍ଦିରଙ୍କୁ ନିମନ୍ତ୍ରଣପତ୍ର ପଠାଯିବାକୁ ତାଲିକା ପ୍ରସ୍ତୁତ ହୋଇଛି।