ପୁରୀ: ଦୁଇଦିନ ପରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଆଜି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଲୋକାର୍ପଣ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଲୋକାର୍ପଣ ପରେ ପରିକ୍ରମା ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବଡ଼ି ଭୋରରୁ ଶ୍ରୀ ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ପ୍ରସ୍ତୁତିର ଟିକିନିଖି ଅନୁଧ୍ୟାନ କରିଥିଲେ। ପରେ ଶ୍ରୀଦାଣ୍ଡ, ଶ୍ରୀସେତୁ, ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂ ଓ ପ୍ରଦର୍ଶନୀ, ସମଙ୍ଗ ପାର୍କିଂ ଆଦି ବୁଲି ଦେଖିଥିଲେ। ନିୟୋଜିତ ଅଧିକାରୀଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଭକ୍ତଙ୍କ ପାଇଁ ହେଉଥିବା ନୂଆ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନିୟମିତ ପରିକ୍ରମା ପ୍ରକଳ୍ପ ସଫା କରିବା ସହ ନିରାପତ୍ତା ବ୍ୟବସ୍ଥା କରିବାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲୋକାର୍ପଣ ଉତ୍ସବକୁ ଆସୁଥିବା ଭକ୍ତଙ୍କ ସୁବ୍ୟବସ୍ଥିତ ଗମନାଗମନ ସହ ଯାତାୟାତ ଉପରେ ଗୁରୁତ୍ବାରୋପ କରିଥିଲେ। ଭକ୍ତ କିଭଳି ସୁବିଧାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଯା’ଆସ କରିବେ, ସେ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂ ନିକଟରେ ହେଉଥିବା ପ୍ରଦର୍ଶନୀର ପ୍ରସ୍ତୁତି ବୁଲି ଦେଖିବା ସହ କେଉଁ କେଉଁ ବିଷୟବସ୍ତୁ ଉପରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି, ପଚାରି ବୁଝିଥିଲେ। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡା. କେ. ବିଶାଳ ସିଂହଙ୍କ ସମେତ ଓବିସିସି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଲୋକାର୍ପଣ ପୂର୍ବରୁ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା
/sambad/media/post_attachments/wp-content/uploads/2024/01/fjfjggjgjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)