ପୁରୀ : ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଆକ୍ଟରେ ପଞ୍ଜିକୃତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜୀକରଣ ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରାଯାଇଛି। ସେହି ଅନୁଯାୟୀ ପଞ୍ଜିକୃତ ନମ୍ବର ବି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି।

Advertisment

ଅନ୍ୟପଟେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିର୍ଲା ଫାଉେଣ୍ଡସନ୍‌ ଓ ଆକ୍ଟିଟେକ୍ଟ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି ଗୁରୁକୁଳ ଡିଜାଇନ୍‌ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକରେ ଅଧିକାରୀମାନେ ଡିଜାଇନ୍‌ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି। ଅନ୍ୟପଟେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ଏ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ବିର୍ଲା ଫାଉଣ୍ଡେସନ୍‌ର କର୍ମକର୍ତ୍ତା ଉପସ୍ଥିତ ରହିବେ।