ସାକ୍‌ସେନା ବିଏମ୍‌ସି କମିସନର୍‌

କ୍ରିଷନ କୁମାର ରହିବେ ବିଡିଏ ଉପାଧ୍ୟକ୍ଷ

ଭୁବନେଶ୍ବର : ରାଜ୍ୟ ସରକାର ଆଜି କ୍ୟାବିନେଟ ସରିବା ପରେ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ବିଶ୍ବକପ ହକି ଓ ଡଟ୍ ଫେଷ୍ଟ ସଫଳତାର ସହିତ ଶେଷ କରିବା ପରେ ବିଏମସି କମିସନର ପଦରୁ ଆଇଏସ କ୍ରିଷନ କୁମାରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବିଏମସିର ଅତିରିକ୍ତ କମିସନର ଦାୟିତ୍ବରେ ଥିବା ଶୁଭମ ସାକସେନାଙ୍କୁ ବିଏମସି କମିସନର ଦାୟିତ୍ବ ଦିଆଯାଇଛି।

ତେବେ କ୍ରିଷନ୍ କୁମାର ବିଡିଏ ଉପାଧ୍ୟକ୍ଷ ଭାବେ ମୂଳତଃ କାର୍ଯ୍ୟ କରିବେ ଓ ସ୍ମାର୍ଟ ସିଟି ଦାୟିତ୍ବରେ ରହିବେ। ଏଥିସହିତ ତାଙ୍କୁ ସମବାୟ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସମବାୟ ସଚିବ ରଂଜନା େଚାପ୍ରା ଲମ୍ବା ଛୁଟିରେ ଯାଉଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଆଜି କାଳିଆ େଯାଜନା ଆରମ୍ଭ କରିଛନ୍ତି। ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାର ପ୍ରାରମ୍ଭିକ ଦାୟିତ୍ବ କ୍ରିଷନଙ୍କ ଉପରେ ରହିବ।

ସମ୍ବନ୍ଧିତ ଖବର