ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ୪ ବର୍ଷ‌ର ଶୁଭମ୍

ଭୁବନେଶ୍ବର: ଅଦ୍ଭୁତ ସ୍ମରଣ ଶକ୍ତି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ୪ ବର୍ଷର ଓଡ଼ିଆ ପୁଅ ଶୁଭମ୍‌। ଶୁଭମ୍‌ ଭୁବନେଶ୍ବରର ମାରୁତି ରେସିଡେନ୍ସିରେ ମା’ ଶୁଚିସ୍ମିତା ଓ ବା‌ପା ମାନସ ପଣ୍ଡାଙ୍କ ସହ ରହନ୍ତି। ମାତ୍ର ୧୩ ମାସରୁ ପାଠପଢ଼ା ଆରମ୍ଭ କରିଥିବା ଶୁଭମ୍‌ ବର୍ତ୍ତମାନ ଭାରତର ସବୁ ରାଜ୍ୟର ନାମ ଓ ରାଜଧାନୀ, ଭାଷା, ପୋଷାକ, ପବପର୍ବାଣୀ ବାବଦରେ ସଂପୂର୍ଣ୍ଣ ଜ୍ଞାନ ଆହରଣ କରିଛନ୍ତି। ଏହା ସହ ୧୧୧ଟି ଦେଶର ନାମ, ରାଜଧାନୀ, ୬୫ ଦେଶର ଜାତୀୟ ପତକା ଚିହ୍ନ, ଆମ ଦେଶର ଜାତୀୟ ପତକାର ସଂପୂର୍ଣ୍ଣ ବିଶେଷତ୍ବ ବର୍ଣ୍ଣନ‌ା କରିପାରନ୍ତି।

ଭାରତର ପ୍ରଧନମନ୍ତ୍ରୀ, ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମ‌େତ ଅନ୍ୟ କେତେକ ଦେଶର ରାଷ୍ଟ୍ରପତିଙ୍କ ନାମ ନିର୍ଭୁଲ ଭାବେ କହି ପାରନ୍ତି। ଏହା ସହ ଭାରତ ଜାତୀୟ ପଶୁ ପକ୍ଷୀ ସମେତ ଭାରତ ବାବଦରେ ବିଭିନ୍ନ ସାଧାରଣ ଜ୍ଞାନ ନିର୍ଭୁଲ ଭାବେ କହିପାରନ୍ତି। ଭାରତର ଜାତୀୟ ସଙ୍ଗୀତ ସମେତ ବହୁ ଲୋକପ୍ରିୟ ସଙ୍ଗୀତ ସେ ନିର୍ଭୁଲ ଭାବେ ଗାନ କରିପାରନ୍ତି। ତାଙ୍କର ଏହି ଅଦ୍ଭୁତ ଅସାଧାରଣ ସ୍ମରଣ ଶକ୍ତି ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ଦିଆଯାଇଛି।

ସମ୍ବନ୍ଧିତ ଖବର