ସ୍ବାଧୀନତା ଦିବସ ପାଇଁ ତିନି ସହରରେ ସଟ୍‌ ଡାଉନ୍ କୋହଳ

୧୦ଜଣଙ୍କୁ ନେଇ ପତାକା ଉତ୍ତୋଳନ କରିପାରିବେ

ଭୁବନେଶ୍ବର : ଏବେ ଭୁବନେଶ୍ବର, କଟକ ଓ ପୁରୀ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିଥିବାରୁ ସ୍ବାଧୀନତା ଦିବସ ଉପଲକ୍ଷେ ଆସନ୍ତା ୧୫ତାରିଖ (ରବିବାର) ଏହାକୁ କିଛିମାତ୍ରାରେ କୋହଳ କରାଯାଇଛି। ଆସନ୍ତା ରବିବାର ଉପରୋକ୍ତ ତିନି ସହରରେ ଲୋକମାନେ ପୂର୍ବାହ୍ନ ୧୧ଟା ମଧ୍ୟରେ ସର୍ବାଧିକ ୧୦ଜଣ ଲୋକଙ୍କୁ ନେଇ ଜାତୀୟ ପତାକା ଉ‌ତ୍ତୋଳନ କରିପାରିବେ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶନାମା ଆନୁଯାୟୀ, ଉପରୋକ୍ତ ତିନି ସହର ବାଦ୍‌ ରାଜ୍ୟର ବାକି ସ୍ଥାନରେ ସର୍ବାଧିକ ୨୦ଜଣ ଲୋକଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମ ଅବସରରେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ ଏବଂ ସମସ୍ତ କୋଭିଡ କଟକଣା ପାଳନ କରିବେ। ଏହି ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ପାଇଁ ଲାଗୁ ହେବ।

ସମ୍ବନ୍ଧିତ ଖବର