ଆଜିଠୁ ରାଉରକେଲାରେ ସପ୍ତାହାନ୍ତ ସଟଡାଉନ: ଗଠନ ହେଲା ଏନଫୋର୍ସମେଣ୍ଟ ଟିମ

ରାଉରକେଲା : ସ୍ମାର୍ଟସିଟିରେ ଅଣାୟତ୍ତ ହେଉଛି କରୋନା। ଆଜି ସୁନ୍ଦରଗଡ଼ରୁ ୫୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଆଜିଠୁ ସହରରେ ସପ୍ତାହାନ୍ତ ସଟଡାଉନ କରାଯାଇଛି l ସଟଡାଉନ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି l ଯାଞ୍ଚ ପାଇଁ ଜିଲ୍ଲା ପୁଲିସର ୩୦ ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯlଇଛି l

ରାଉରକେଲା ଏସପି ମୁକେଶ କୁମାର ଭାମୁ ଭୋର ପ୍ରାୟ ୫ଟାରେ ଉଦିତନଗର ପରେଡ ପଡ଼ିଆକୁ ପୁଲିସର ବରିଷ୍ଠ ଅଧିକାରୀ, ସମସ୍ତ ଥାନା ଅଧିକାରୀଙ୍କୁ ଡକାଇଥିଲେ l ଯାଞ୍ଚକୁ କଡାକଡ଼ି କରିବାକୁ ବୁଝାଇଥିଲେ l ସହରର ୩୦ଟି ପ୍ରମୁଖ ସ୍ଥାନ ଚିହ୍ନଟ ହୋଇଛି l ଏହି ସବୁ ସ୍ଥାନରେ ବରିଷ୍ଟ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି l ୩୦ଟି ପିସିଆର ଭ୍ୟାନ ଜରିଆରେ ପାଟ୍ରୋଲିଂ ଆରମ୍ଭ ହୋଇଛି l ସହର  ପ୍ରବେଶ ପଥ ପାନପୋଷ, ବିର୍ସା ମୁଣ୍ଡା ଛକରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଯାଞ୍ଚକୁ କଡାକଡ଼ି କରାଯାଇଛି l ସହରକୁ ଆସୁଥିବା ଛତିଶଗଡ଼, ଝାରଖଣ୍ଡ ଓ ବିହାର ସମସ୍ତ ବସ ଚଳାଚଳ ବନ୍ଦ ରହିଛି l

 

ସମ୍ବନ୍ଧିତ ଖବର