ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି। ବିଶେଷ କରି ଜିଲ୍ଲାର ରାଉରକେଲା ମହାନଗରୀରେ ଏହା ଆଶାତୀତ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏଥିଲାଗି ରାଉରକେଲା ମହାନଗରୀକୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି।

Advertisment

ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ରାଉରକେଲା ମହାନଗର, ଇସ୍ପାତ ସହରାଞ୍ଚଳ ଓ କଲୁଙ୍ଗା ଶିଳ୍ପାଞ୍ଚଳ ସଟଡାଉନ ରହିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି l ତେବେ ଏହି ସମୟରେ ଔଷଧ ଦୋକାନ ଖୋଲା ରହିବ। ତେଜରାତି, କ୍ଷୀର ଦେକାନ ଆଦି ସକାଳ ୫ଟାରୁ ରାତି ସାଢେ ୮ଟା ଯାଏଁ ଖୋଲା ରହିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଏବେ ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକଙ୍କ ସଂଖ୍ୟା ୫୫୪ରେ ପହଞ୍ଚି ସାରିଛି। ଏଥିମଧ୍ୟରୁ ସବୁଠାରୁ ଅଧିକ ସଂକ୍ରମିତ ରାଉରକେଲାରେ ଅଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଥିଲା। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଥିଲେ। ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି।ଏହି ସଂକ୍ରମିତମାନେ ମୁଖ୍ୟତଃ ବାସନ୍ତୀ କଲୋନୀ, ଗୋଲଘର ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାପରେ ସେଠାକାର ବାସିନ୍ଦାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ୱାବ୍ ସଂଗ୍ରହ କରାଯାଉଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି।

publive-image image source-orissadiary.com

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲ୍, ବିପିୟୁଟି କୋଭିଡ୍ କେଆର୍ ସେଣ୍ଟର୍ ଓ ଡିଏଭି ପଲିଟେକନିକ୍ କୋଭିଡ୍ କେଆର୍ ସେଣ୍ଟରରେ ୨୦୦ରୁ ଅଧିକ ଲୋକଙ୍କୁ ଭର୍ତ୍ତି କରାଯାଇଛି।