ସୁନ୍ଦରଗଡ଼: କରୋନା ସଂକ୍ରମିତ ଶିକୁଳିକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତିକ୍ରମେ ଆଜି ଠାରୁ ଛତିଶଗଡ଼ ସୀମାରେ ଥିବା ୧୦ଟି ଜିଲ୍ଲା ସମେତ ସୁନ୍ଦରଗଡ଼ରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ଶନିବାର ଓ ରବିବାର ୨ ଦିନ ସଟଡାଉନ କରାଯାଇଥିବା ଵେଳେ ଆସନ୍ତା ସୋମବାର ଠାରୁ ନାଇଟ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପାଳନ କରାଯିବ । ସପ୍ତାହାନ୍ତ ସଟ୍ ଡାଉନରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହି ଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି। ବିଭିନ୍ନ ଛକରେ ପୁଲିସ ପାଟ୍ରୋଲିଂ ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।

Advertisment

publive-image
ଆଜି ସୁନ୍ଦରଗଡ଼ରେ ପୁଣି ୫୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ ଓ ଝାରଖଣ୍ଡ ସୀମାରେ ମଧ୍ୟ ଯାଞ୍ଚ ଚାଲିଛି। ଜିଲ୍ଲା ସୀମାରେ ରହିଥିବା ୮ ଟି ସ୍ଥାନ ଟପରିଆ, ତେଲିଯୋର, ଵୀରମିତ୍ରପୁର, ରାଜଵାହାଲ, କୁତ୍ରାର ରଙ୍ଗାମାଟି, ରାଉରକେଲା ନୂଆଗାଁ ଓ ବିଶ୍ରା ସୀମା, କିଞ୍ଜିରକେଲା ସୀମା ସିକାଯୋରରେ ଯାଞ୍ଚ ଚାଲିଛି। ଯାଞ୍ଚ ସମୟରେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଛି।
ଏହା ସହ ସଂକ୍ରମଣ ରୋକିବା ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଡିଆରଡିଏ ଛକରେ ଉପଜିଲ୍ଲାପାଳ ଅଭିମନ୍ୟୁ ଵେହେରା ଓ ତହସିଲଦାର ଯୁଗେଶ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି।