ଆସନ୍ତା ୭ ଓ ୮ରେ ଭବାନୀପାଟଣା ସହର ସଟଡାଉନ ହେବ

ଭବାନୀପାଟଣା: ଭବାନୀପାଟଣା ସହରରେ କରୋନା ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ଆସନ୍ତା ଅଗଷ୍ଟ ୭ ଓ ୮ ତାରିଖ ଦୁଇଦିନ ଧରି ଭବାନୀପାଟଣା ସହର ସଟଡାଉନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ଚିଠି ନଂ ୧୦୭୭ ତା ୪.୮.୨୦୨୦ ଅନୁଯାୟୀ ସଟଡାଉନ ପାଇଁ ଗାଇଡ଼ଲାଇନ ଜାରି କରାଯାଇଛି । ଭବାନୀପାଟଣା ସହରର ସମସ୍ତ ୨୦ ଟି ୱାର୍ଡ ରେ ସର୍ଭେ ପାଇଁ ଅଧିକାରୀ ନିଯୁକ୍ତି , ଗାଡି ଓ ମାଇକ ଘୋଷଣା ଓ ଅଧିକାରୀ ଙ୍କ ତାଲିମ ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାୟିତ୍ୱପ୍ରଦାନ କରାଯାଇଛି । ଶିକ୍ଷକ ମାନଙ୍କୁ ସର୍ଭେ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଜିଲ୍ଲାଶିକ୍ଷା ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ସ୍ୱାବ ସଂଗ୍ରହ ଟିମ ସର୍ଭେ ଟିମ ଓ ଏଏନଏମ୍ ମାନଙ୍କ କାର୍ଯ୍ୟ ନ୍ୟସ୍ତ ପାଇଁ ସିଡ଼ିଏମ୍ଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  ।
ସମ୍ବନ୍ଧିତ ଖବର