ସଟ୍‌ଡାଉନ୍‌ ମାନି ଘରେ ରହିଲେ ଲୋକେ

ବାଲେଶ୍ବରରେ ଚିନ୍ତା ବଢ଼ାଇଲା ଘୂର୍ଣ୍ଣିଝଡ଼, ଭଦ୍ରକରେ ଆଉ ୫ ପଜିଟିଭ୍‌

ବାଲେଶ୍ବର/ଭଦ୍ରକ : ଗତକାଲି ରାତି ୧୦ଟାଠାରୁ ୬୦ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ର‌ରେ ଆଜିଥିଲା ଏହାର ପ୍ରଥମ ଦିନ। କିନ୍ତୁ, ବାଲେଶ୍ବର ସହରରେ ସଟ୍‌ଡାଉନ୍‌କୁ ବଳିଯାଇଛି ଘୂର୍ଣ୍ଣିଝଡ଼ଜନିତ ପରିସ୍ଥିତି। ଲୋକମାନେ ସରକାରଙ୍କ ଘୋଷଣାକୁ ମାନି ଘରେ ରହିଥିବାବେଳେ ଏହି ପ୍ରାକୃତିକ ତାଣ୍ଡବ ଦାଉ ସାଧିଛି। ସେହିଭଳି, ଭଦ୍ରକରେ ସଟ୍‌ଡାଉନ୍‌ ଭିତରେ ଆଉ ୫ ଟି କରୋନା ପଜିଟିଭ୍‌ ଚିହ୍ନଟ ହେବା ଫଳରେ ପ୍ରଶାସନକୁ ଅଧିକ ତତ୍‌ପରତା ଦେଖାଇବାକୁ ପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭା‌ବେ ଘୋଷଣା କରାଯାଇଛି। ଅନ୍ୟପକଟ୍‌ଡାଉନ୍‌ ପରେ ଜିଲ୍ଲାର ଚାୂନ୍‌ଶାନ୍‌ ହୋଇଯାଇଛି।

ଗତକାଲି ରାତି ୧୦ଟା ପରଠାରୁ ପୁଲିସ ବାଲେଶ୍ବର ସହର ସାରା ପଇଁତରା ମାରିଥିଲା। ସହରର ବିଭିନ୍ନ ଛକରେ ପୁଲିସ୍‌ ମୁତୟନ କରାଯାଇଥିଲା। ସଟ୍‌ଡାଉନ ପାଇଁ ସହରରେ କିଛି ନିର୍ଦ୍ଦିଷ୍ଟ ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରଖାଯାଇ ଆଉ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଆଜି ସକାଳୁ ଅଗ୍ନିଶମ ବିଭାଗ ଓ ଆଇଟିଆର ପକ୍ଷରୁ ସାରା ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଥିଲା। ନୀଳିଆବାଗର କଣ୍ଟେନମେଣ୍ଟ ଏରିଆ ସହ ସହରର ଗଳିକନ୍ଦିକୁ ବିଶୁଦ୍ଧିକାରଣ କରାଯାଇଥିଲା। ଏହାସହ ସହରର ବିଭିନ୍ନ ଛକମାନଙ୍କରେ ପୁଲିସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସକୁ ଆଲର୍ଟ କରାଯାଇଛି। ସେହିପରି କେବଳ ବାଲେଶ୍ୱର ସହରରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଓଏସଏଏଫ୍, ଓଏସଏପି ଓ ଜେନେରାଲ ପୁଲିସ ସହରର ଅରଡ଼ବଜାର ଓ ଗୋଳାପୋଖରୀ ନିକଟରେ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ, ଭଦ୍ରକରେ ସଟ୍‌ଡାଉନ୍‌ ଭିତରେ କୋଲକାତା ଲିଙ୍କ୍‌ରେ ଆଉ ୫ ଜଣ ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାସୁଦେବପୁର ବ୍ଲକ୍‌ର ହୋଇଥିବାବେଳେ ତିହିଡ଼ି ବ୍ଲକ୍‌ର ୨ଜଣ ଓ ଧାମନଗର ବ୍ଲକ୍‌ର ଜଣେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଚଳର ୧୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭା‌େବେ ଘୋଷଣା କରାଯାଇଛି। ଖବର ପାଇବା ପରେ ପୁଲିସ ଓ ପ୍ରଶାସନର ମିଳିତ ଅପରେସନ ଆରମ୍ଭ ହୋଇଛି। ଏଇସବୁ ଅଞ୍ଚଳରେ କରୋନା ପଜିଟିଭ ବାହାରିବା ପରେ ସେଇସବୁ ଲୋକଙ୍କର କଣ୍ଟାକ୍ଟ ହିଷ୍ଟ୍ରିକୁ ଖୋଜାଯାଉଛି। ଏଥିପାଇଁ ପ୍ରଶାସନ ଓ ପୁଲିସ ଏଇସବୁ ପଞ୍ଚାୟତର ସରପଞ୍ଚମାନଙ୍କ ସହାୟତା ନେଇଛନ୍ତି। ଗତକାଲି ରାତିଠାରୁ ଏଇ ସବୁ ଅଞ୍ଚଳରେ ଲୋକଙ୍କୁ ଉଠାଇ ନିଆଯାଇଛି। ଆଜି ରାତିରେ ମଧ୍ୟ ପୁଣି କିଛି ଲୋକଙ୍କୁ ଗାଁରୁ ଉଠାଯାଇ କ୍ବାରେଣ୍ଟାଇନ୍‌ରେ ରଖାଯିବ। ତେବେ, ସଟ୍‌ଡାଉନ୍‌ ଘୋଷଣା ପରେ ଗତକାଲି ରାତିଠାରୁ ଭଦ୍ରକ ସହର ଓ ଗାଁ ଗଣ୍ଡା ସବୁ ଖାଁ ଖାଁ ହୋଇଯାଇଛି। ସବୁଆଡେ ଖାଲି ମାଳମାଳ ପୁଲିସ। ଘରୁ କାହାରିଙ୍କୁ ବାହାର କରିବାକୁ ଦିଆଯାଉ ନାହିଁ। ଦୋକାନ ବଜାର ସବୁ ବନ୍ଦ। ସାରା ଭଦ୍ରକ ଆଜି ଶୂନ୍‌ଶାନ ହୋଇଯାଇଛି।

ସମ୍ବନ୍ଧିତ ଖବର