ସୋନପୁର : କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌରାଞ୍ଚଳ, ତରଭା ଏନ୍ଏସି ଏବଂ ବିନିକା ଏନ୍ଏସିକୁ ସପ୍ତାହନ୍ତ ଶନିବାର ଏବଂ ରବିବାର ସଟ୍ଡାଉନ୍ କରାଯାଇଛି। ଏହି ସଟଡାଉନ ଯୋଗୁଁ ରବିବାର ସୋନପୁରରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଜରୁରୀ କାର୍ଯ୍ୟ ବ୍ୟତୀତ ଜନସାଧାରଣଙ୍କ ଯିବା ଆସିବା ଉପରେ ମଧ୍ୟ ବାରଣ କରାଯାଇଥିଲା। ସଟ୍ଡାଉନ୍ ଯୋଗୁଁ ସବୁ ଶୂନଶାନ ରହିଥିଲା। ବିଭିନ୍ନ ଛକରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଇ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ସୋନପୁର ସପ୍ତାହାନ୍ତ ଦ୍ବିତୀୟ ଦିନ ସଟ୍ଡାଉନ୍, ସବୁ ଶୂନଶାନ
/sambad/media/post_attachments/wp-content/uploads/2021/04/subernpur-6.jpg)