ସମ୍ବଲପୁର: ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ ଆରମ୍ଭ ହୋଇଛି।  ଆସନ୍ତା ୩୧ ତାରିଖ ଯାଏଁ କଟକଣା ଲାଗୁ ହେବ।ତେବେ ଏହି ୬ଦିନିଆ ସଟଡାଉନରେ କଟକଣା ସାମାନ୍ୟ କୋହଳ କରାଯାଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ରାସନ ଓ ପରିବା ଦୋକାନ ଖୋଲା ରହିବ । ପ୍ରଶାସନ ପକ୍ଷରୁ କୋଭିଡ ଗାଇଡଲାଇନ ମାନିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲୋକେ କେଭିଡ୍ କଟକଣା ମାନୁଥିବାର ପରିଲକ୍ଷିତ ହେଉଛି।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ୨ ପର୍ଯ୍ୟାୟ ବିଶିଷ୍ଟ ୧୦ ଦିନିଆ ସଟ୍ଡାଉନ୍ର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଥିଲା। ପ୍ରଥମ ୪ ଦିନ ସଟ୍ଡାଉନ୍ ପ୍ରାୟତଃ ସଫଳ ହୋଇଥିବା କୁହାଯାଉଛି। ଲୋକେ ଘରେ ରହିବା ସମୟରେ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କରାଯିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ ଚିହ୍ନଟ କରି କୋଭିଡ୍ ପରୀକ୍ଷା କରାଯାଇଛି। ଏହାପରେ ରବିବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ସଟ୍ଡାଉନ୍ ଆରମ୍ଭ ହୋଇଛି।
ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ ଆରମ୍ଭ, ୩୧ ତାରିଖ ଯାଏଁ କଟକଣା ଲାଗୁ
/sambad/media/post_attachments/wp-content/uploads/2020/07/shut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)