ନିରାକାରପୁର : ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ କ୍ରସର୍‌ ଶିଳ୍ପରେ ଝୁଲୁଛି ତାଲା। କ୍ରସର୍‌ ମାଲିକମାନେ ଏହାକୁ ବନ୍ଦ କରିଦେଇଥିବା ବେଳେ ହାତବାନ୍ଧି ବସିଛନ୍ତି କ୍ରସର ଶିଳ୍ପ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ହଜାର ହଜାର ସଂଖ୍ୟାରେ ଶ୍ରମିକ। ଦୂରଦୂରାନ୍ତରୁ ଆସି ବର୍ଷବର୍ଷ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ରସର୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମହିଳା, ପୁରୁଷ କାମ ଅଭାବରୁ ଏକପ୍ରକାର ବେସାହାରା ହୋଇ ପଡ଼ିଛନ୍ତି। ଏଠାରେ କାମଧନ୍ଦା ମିଳୁ ନ ଥିବାରୁ ବାଧ୍ୟ ବାଧକତାରେ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି।

Advertisment

publive-image news.yahoo.com

ପରିସ୍ଥିତି ଏବେ ଏଭଳି ଯେ, କ୍ରସର୍‌ ସବୁ ବନ୍ଦ ହେବା କାରଣରୁ ଚିପ୍ପ୍ ଦର ଆକାଶ ଛୁଆଁ ହୋଇଛି। ଫଳରେ ଚଳିତ ବର୍ଷ ଫନି ବାତ୍ୟାରେ ବାସହରାମାନଙ୍କୁ ମିଳିଥିବା ସରକାରୀ ଆବାସ ଯୋଜନା ନିର୍ମାଣରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ସରକାରୀ ସ୍ତରରେ ନିର୍ମାଣକାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଲୋକେ ନିଜ ଘର ଖଣ୍ଡିଏ ତିଆରି କରିବାକୁ ଚିପ୍ସ ପାଉ ନାହାଁନ୍ତି।

publive-image

ଏପରିକି କ୍ରସର ବନ୍ଦ ଯୋଗୁଁ ଚିପ୍ସ୍‌ ଉତ୍ପାଦନ ବନ୍ଦ ଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଆଉ କେହି ସ୍ପଲ ଫଟାଇବା କାମରେ ଲଗାଉ ନାହାଁନ୍ତି। ଏଭଳି ପରିସ୍ଥିତିରେ କିଛି ଦିନ ଅପେକ୍ଷା କରିବା ପରେ ଏବେ ଶ୍ରମିକମାନେ ଦାଦନ ଯିବା ପାଇଁ ବାହାରିଲେଣି। କେତେକ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ଆଉ କେତେକ ଧାନ କଟାକଟି ସରିଲେ ଯିବା ପାଇଁ ମନସ୍ଥ କରିଥିବା କହୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟର ହଜାର ହଜାର ଶ୍ରମିକଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସରକାରୀସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।