ଭୁବନେଶ୍ବର: ଅଭାବୀ ଲୋକଙ୍କୁ ସହାୟତାର ହାତ ବଢାଇଛି ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି । କମ୍ପାନି ତରଫରୁ ପ୍ରାୟ ୨୦୦ ଅଭାବୀ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ବଲପୁର ନିସାନଭଙ୍ଗା ପଞ୍ଚାୟତ ଅଫିସ ପରିସରରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ।
କମ୍ପାନିର ନିର୍ଦ୍ଦେଶକ ଦେବକୁମାରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନିର ମାନବ ସମ୍ବଳ ଡେପୁଟୀ ଜେନେରାଲ ମ୍ୟାନେଜର ଆର.କେ. ସିଂ ଓ ଅନ୍ୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଶୀତ ଦିନେ ନିଜ ସାମାଜିକ ଦାୟିତ୍ୱବୋଧକୁ ଦୃଷ୍ଟିରେ ରଖି ଏଭଳି କାମ କରିଛନ୍ତି କମ୍ପାନି କର୍ତ୍ତୃପକ୍ଷ ।
ଏହି ଅବସରରେ କମ୍ପାନିର ଲୋକସମ୍ପର୍କ ମ୍ୟାନଜେର ମନୋଜ ପଣ୍ଡା, ଲିଗାଲ ମ୍ୟାନେଜର ପ୍ରମୋଦ, କର୍ମଚାରୀ ପରିଚାଳକ ସରୋଜ କୁମାର, ସୁଧିର ସେଠ, ସରୋଜ ନାୟକ, ରଶ୍ମିରଞ୍ଜନ ବେହେରା, ନିସାନଭଙ୍ଗା ପଞ୍ଚାୟତ ସରପଞ୍ଚ ତିଳୋତ୍ତମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-112.jpg)