ନୂଆପଡ଼ା: ବୋଡେ଼ନ ଥାନା ଖଡୁପାଣି ସିଆରପିଏଫ୍ କ୍ୟାମ୍ପରେ ଅଘଟଣ। ନିଜ ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ସିଆରପିଏଫ୍ -୧୯ ବାଟାଲିୟନର ଏସଆଇ (ସବଇନସ୍ପେକ୍ଟର) ଡି. ଗୁନ୍ନାସେକରନ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏସଆଇ ଡି. ଗୁନ୍ନାସେକରନଙ୍କ ଘର ତାମିଲନାଡୁ ନିଲୁର ଜିଲ୍ଲା ଗୁଡ଼ିପଲ୍ଲିରେ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ଅନୁରୂପ ଉପାୟରେ ନୂଆପଡ଼ା ଜିଲ୍ଲାର ଦୁଇଜଣ ସିଆପିଏଫ୍ କର୍ମଚାରୀ ଓଜଣେ ପୁଲିସ କର୍ମଚାରୀ ମଧ୍ୟ ଜୀବନ ହାରିଥିଲେ।