ଛତିଶଗଡ଼ରେ ଯବାନଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି : ପୁଣି ଥରେ ଜଣେ ଯବାନଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ । ଆଜି ଅପରାହ୍ଣ ୪ଟା ବେଳେ ଏସଆଇ ମୁରଲୀ ତାତିଙ୍କୁ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାର ଗାଁରୁ ମାଓବାଦୀମାନେ ଉଠାଇନେଇଥିବା ସୂଚନା ମିଳିଛି । ସେ ବସ୍ତର ଜିଲ୍ଲା ଜଗଦଲପୁରଠାରେ କାର୍ଯ୍ୟରତ ଥିବା ବିଜାପୁର ଏସପି  କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ଆଜି ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ । ଚଳିତ ମାସରେ ମାଓବାଦୀଙ୍କ ଦ୍ବାରା ଏହା ହେଉଛି ୨ୟ ଅପହରଣ ।

ଚଳିତ ମାସ ୩ ତାରିଖରେ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ମାଓବାଦୀମାନେ  ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ଫଳରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହା ସହିତ ମାଓବାଦୀମାନେ କମାଣ୍ଡୋ ରାକେଶ୍ବର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ । ତେବେ ଏପ୍ରିଲ ୮ରେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଦେଇଥିଲେ ।

ସମ୍ବନ୍ଧିତ ଖବର