ଅନୁଗୁଳ: ପୁଲିସ୍ ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ଆଜି ଜଣେ ପୁଲିସ୍ ଏସ୍ ଆଇଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ନିଲମ୍ବିତ କରିଥିବା ଘଟଣା ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଦିନ ଅନୁଗୁଳ ଆଦର୍ଶ ଥାନାର ଏସ୍ ଆଇ ଅରକ୍ଷିତ ସେଠୀ ବାପି ପ୍ରଧାନ ନାମକ ଜଣେ ଯୁବକଙ୍କୁ ତାଙ୍କର ଅନୁଗୁଳ ସହରର ଲିଙ୍ଗରାଜଯୋଡ଼ିରୁ ଗିରଫ କରିଥିଲେ। ବାପି ପ୍ରଧାନଙ୍କଠାରୁ ବେଆଇନ୍ ୩ଟି ପିସ୍ତଲ, ୯ଟା ଗୁଳି ଓ ଗୋଟିଏ ଖାଲି ମାଗାଜିନ୍ ଜବତ କରିଥିଲା ପୁଲିସ୍। ଏହାପରେ ପୁଲିସ୍ ଏସ୍ ଆଇ ଅରକ୍ଷିତ ସେଠୀ ବାପିଙ୍କ ବିରୁଦ୍ଧରେ କୋହଳ ଦଫା (୨୫(୧ ବି) ଲଗାଇଲେ, ଯାହା ଫଳରେ ସେ ସହଜରେ ନ୍ୟାୟାଳୟରୁ ଜାମିନ୍ ପାଇଥିଲେ।

Advertisment

ଗତକାଲି ପୁଲସ୍ ମହାନିର୍ଦେଶକ ଅଭୟ ଅନୁଗୁଳ ଗସ୍ତ ଅବସରରେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ପୁଲିସ୍ ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ଆଜି ପୁଲିସ୍ ଏସ୍ ଆଇ ଅରକ୍ଷିତ ସେଠୀଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ନିଲମ୍ବିତ କରିଛନ୍ତି।