ବଲାଙ୍ଗୀର: ବିଷାକ୍ତ ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାମପଦର ଗାଁରେ ଘଟିଛି। ମୃତକ ହେଲେ ବିକାଶ ସାଗରଙ୍କ ନାବାଳକ ପୁଅ ଭାବଗ୍ରାହୀ ସାଗର ଓ ଝିଅ ମନିକା ସାଗର।
ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପାମା’ଙ୍କ ପାଖରେ ଶୋଇଥିଲେ। ବିଳମ୍ବିତ ରାତିରେ ପିଲା ଦୁଇଟି ଅସୁସ୍ଥ ହୋଇ ପଡ଼ିଥିଲେ। ଦୁଇଜଣଙ୍କ ମୁହଁରୁ ଫେଣ ବାହାରିଥିଲା। ପରିବାର ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପିଲାଙ୍କ ମୃତ୍ୟୁ ଯୋଗୁ ପରିବାର ତଥା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/10-20.jpg)