ବିଜେପି ସମାବେଶର ଶିବରାଜ ସିଂହ ଚୌହାନ

ପୁରୀ/ବଳଙ୍ଗା: ସାଧାରଣ ନିର୍ବାଚନ ପାଇଁ ପାଇଁ ପୁରୀ ନିମାପଡାରେ ପ୍ରଥମ ପ୍ରଚାରରେ ପାଦ ଥାପିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ନିମାପଡା ବିଧାନସଭା ଆସନ ଅନ୍ତର୍ଗତ ବଳଙ୍ଗାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ‌ରେ ଯୋଗଦେଇ ଶ୍ରୀ ଚୌହାନ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଥିଲେ। ମୋଦି ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଓଡ଼ିଶାରେ ସରକାରଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସରକାର ପରିବର୍ତ୍ତନ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମାଲୋଚନା କରିଥିଲେ। ଇନ୍ଦିରା ଆବାସ ‌ଯୋଜନାରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଅନୁଦାନ ରହିଥିବାବେଳେ ରାଜ୍ୟ ସରକାର ମାତ୍ର ୪୦ ପ୍ରତିଶତ ଅନୁଦାନ ଦେଇ ବ‌ାହା ବାଃ ନେଉଥିବା କହିଥିଲେ। ଏହି ସମାବେଶରେ ନିମାପଡା ବିଧ‌ାୟିକା ପ୍ରାର୍ଥୀ ପ୍ରଭାତୀ ପରିଡା, ଜିଲ୍ଲା ସଭାପତି ପ୍ରଭଞ୍ଜନ ମହପାତ୍ର, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ବଳଙ୍ଗା ପଞ୍ଚାୟତର ସଭାପତି ପ୍ରସନ୍ନ ଦାଶ, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା, ବିଭୂଦତ୍ତ ପାତ୍ର, ତପସ୍ବିନୀ ବେହେରା, ମିନିଲତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର