ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିୀ(ଡିସିପିଓ) ଶୁଚିସ୍ମିତା ପଟ୍ଟନାୟକ ରାଜ୍ୟର ଶ୍ରେଷ୍ଠ ଡିସିପିଓ ଭାବେ ପୁରସ୍କୃତ ହୋଇଛନ୍ତି।
ଭୁବନେଶ୍ୱର ଲୋକସେବା ଭବନ ପରିସରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସେ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ବାବଦକୁ ମାନପତ୍ର ସହ ୧୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।