ଖାଦ୍ୟ ଛୁଉଁନାହିଁ ଗୁଳିବିଦ୍ଧ ଦନ୍ତା

ନରସିଂହପୁର : କଟକ ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅଧୀନ ଜୟପୁର ସଂରକ୍ଷିତ ଜଙ୍ଗଲର ତାମେରା ନାଳ ନିକଟରେ ପଡ଼ି ରହିଥିବା ଗୁଳିବିଦ୍ଧ ଦନ୍ତାହାତୀ ଖାଦ୍ୟ ଖାଉନାହିଁ। ତାର ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉନାହିଁ। ସେଠାରେ ଚିକିତ୍ସକ ଦଳ ହାତୀଟିକୁ କେବଳ ସାଲାଇନ୍‌ ଦେଉଥିବା ଜଣାପଡ଼ିଛି।

ଆଜି ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି ଗୁଳିବିଦ୍ଧ ହାତୀଟିର ଚିକିତ୍ସା କରିଛନ୍ତି। ହାତୀକୁ ଆମ୍ବ, ପଣସ, ଆଖୁ, ବାଉଁଶ ପତ୍ର ଆଦି ଖାଇବାକୁ ଦିଆଯାଇଛି। କିନ୍ତୁ ହାତୀଟି ଖାଦ୍ୟ ଖାଉ ନାହିଁ। ଫଳରେ ହାତୀକୁ ଆଜି ୨୫ରୁ ଅଧିକ ସାଲାଇନ୍‌ ଦିଆଯାଇଛି ବୋଲି ପ୍ରାଣୀ ଚିକିତ୍ସକ ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ଖାଦ୍ୟ ନ ଖାଇ ହାତୀଟି ସେମିତି ପଡ଼ି ରହିଛି। ତାର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ ବୋଲି ପ୍ରାଣୀ ଚିକିତ୍ସକ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି।

ଆଜି ନରସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା କାଠଖୁଣ୍ଟ ସମିତି ସଭ୍ୟ ନିର୍ମଳ କୁମାର ଜେନା ପହଞ୍ଚି ହାତୀର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରାଣୀ ଚିକିତ୍ସକ ଶ୍ରୀ ସେନାପତିଙ୍କ ଠାରୁ ପଚାରି ବୁଝିଛନ୍ତି। ଏସିଏଫ୍‌ ଘନଶ୍ୟାମ ମୁଦୁଲି, ପଶ୍ଚିମାଞ୍ଚଳ ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ, ଜୟପୁର ଫରେଷ୍ଟ ଗାର୍ଡ ଜିତେନ୍ଦ୍ର କୁମାର ବେହେରା, ଗାର୍ଡ ନୀଳମାଧବ ଦଳେଇଙ୍କ ସମେତ ବନ କର୍ମଚାରୀମାନେ ହାତୀଟିକୁ ଜଗି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର