ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡ଼ିଆ ଯୁବକ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର: ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକ ବାଇଧର ଘଡ଼ାଇଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମ କରିଛନ୍ତି। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ସେ ଚିଠି ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମର ନିରାକାର ଘଡ଼ାଇଙ୍କ ବଡ଼ପୁଅ ବାଇଧର କାମ ସନ୍ଧାନରେ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନିରେ ୫ମାସ ହେବ କାମ କରି ଆସୁଥିଲେ। କିନ୍ତୁ ହଠାତ ଅସୁସ୍ଥ ହେବାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ତାଙ୍କ ସ୍ବାସ୍ଥାବସ୍ଥାରେ ଉନ୍ନତି ନ ହେବାରୁ ଉକ୍ତ କମ୍ପାନିରୁ ବାଇଧର ଇସ୍ତଫା ଦେଇ ଭାରତ ଫେରି ଆସିବାକୁ ଚାହୁଛନ୍ତି।

କିନ୍ତୁ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ କାକିରିରୁ ଅବ୍ୟାହତି କିମ୍ବା ବକେୟା ଦରମା ଦେଉନାହାନ୍ତି ବୋଲି ବାଇଧର ପରିବାରଲୋକଙ୍କୁ ଜଣାଇଥିଲେ। ଅର୍ଥ ଅଭାବରୁ ବାଇଧର ବର୍ତ୍ତମାନ ଭୋକ ଉପାସରେ ରହିବା ସହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏନେଇ ବାଇଧରଙ୍କ ପିତା ନିରାକାର ପୁଅକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର