‘ସିଦ୍ଧାର୍ଥ ଟିଭି’ ର ନୂଆ ମେଗା ଧାରାବାହିକ ‘ଅପରାଜିତା’

ଯୁଗେ ଯୁଗେ ଆସୁରିକ ଶକ୍ତି ପୃଥିବୀରେ ଧ୍ବଂସର ତାଣ୍ଡବ ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କୁ ବିନାଶ କରିବାପାଇଁ ଦୈବୀ ଶକ୍ତିର ଆବିର୍ଭାବ ଘଟିଛି । କଳିଯୁଗ ବିଶେଷକରି ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଏହାର ଦୃଷ୍ଟାନ୍ତ ରହିଛି। ଏହି ଭାବଧାରାକୁ ଆଧାର କରି ‘ସିଦ୍ଧାର୍ଥ ଟିଭି’ ଓଡ଼ିଶା ଦର୍ଶକଙ୍କୁ ଉପହାର ଦେବାକୁ ଯାଉଛି ତା’ର ନିଆରା ସ୍ବାଦର ନୂଆ ଧାରାବାହିକ ‘ଅପରାଜିତା’। ଚଳିତ ମାସ ୧୭ ତାରିଖରୁ ରାତି ୮ଟାରେ ପ୍ରତି ସୋମବାରରୁ ଶୁକ୍ରବାର ଯାଏ ଏହା ପ୍ରସାରିତ ହେବ।

‘ଅପରାଜିତା’ ଏକ ନାରୀ ଶକ୍ତିର କାହାଣୀ। ଯିଏ ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ସତ୍ୟ ଓ ନ୍ୟାୟର ବିଜୟ ଘଟାଇଛି । ଏହି ଧାରାବାହିକରେ ଉତ୍କଣ୍ଠାପୂର୍ଣ୍ଣ କାହାଣୀ ସହ ରହିଛି ଆଖି ଝଲସା ଗ୍ରାଫିକ୍ସ ୱାର୍କ। ପ୍ରଥମ ଥର ଓଡ଼ିଆ ଟେଲିଭିଜନରେ ଏମିତି ଭିଏଫ୍‌ଏକ୍‌ସ ଦେଖିବାକୁ ମିଳିଛି, ଯାହାକି ବମ୍ବେର ପ୍ରଖ୍ୟାତ ଷ୍ଟୁଡିଓରେ ପ୍ରସ୍ତୁତ ହୋଇଛି। ତା ସହ ଏହି ମେଗା ଧାରାବାହିକରେ ଦର୍ଶକଙ୍କ ପ୍ରିୟ ଟେଲି ଅଭିନେତା, ରାଜ ରାଜେଶ, କେକେ, ପ୍ରିୟାଙ୍କ ସହ ନବାଗତା ଶୁଭଶ୍ରୀ ଏବଂ ଅନେକ ନାମୀଦାମୀ କଳାକାର ଅଭିନୟ କରୁଛନ୍ତି । ନୂଆ ସ୍ବାଦର ଅରିଜିନାଲ କାହାଣୀ, ସମ୍ପୂର୍ଣ୍ଣ ନୂତନ ଶୈଳୀର ଉପସ୍ଥାପନା ସହ କଳାକାରଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ଭରପୂର ମନୋରଂଜନ ଯୋଗାଇବ ବୋଲି ‘ସିଦ୍ଧାର୍ଥ ଟିଭି’ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର