ବ୍ରହ୍ମପୁର: ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷ‌େ। ଏ ଦୃଷ୍ଟିରୁ ପ୍ରତିଦିନ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଶାସକ ବିଜେଡି ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ବିରୋଧୀ ବିଜେପି ମଧୢ ଶାସକଦଳକୁ ଟକ୍କର ଦେବା ନେଇ ଯୋଜନା ପ୍ରସ୍ତୁତ କରୁଛି। ଏପଟେ କ˚ଗ୍ରେସ ଯଦିଓ ନିର୍ବାଚନକୁ ନେଇ ସେଭଳି ତତ୍ପର ନୁହେଁ, କିନ୍ତୁ ରାହୁଲ୍‌ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ପରେ ଓଡ଼ିଶାରେ ପରିବର୍ତ୍ତନ ଯାତ୍ରା ଆଳରେ ରାଜ୍ୟ ସଭାପତିଙ୍କ ରାଜ୍ୟବ୍ୟାପୀ ପଦଯାତ୍ରା ଦଳକୁ କିଛିଟା ବଳ ଫୁଙ୍କିଛି। ଏହାଛଡ଼ା ଅନ୍ୟାନ୍ୟ ରାଜନୈତିକ ଦଳ ଗୁଡ଼ିକ ମଧୢ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ଦେଖିବାକୁ ମିଳିଛି। ୨୦୧୯ ନିର୍ବାଚନ ସରିବାର ୪ବର୍ଷ ପରେ ହଠାତ୍‌ ବ୍ରହ୍ମପୁର ପୂର୍ବତନ ବିଜେଡି ସା˚ସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ଓ ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁର ନିର୍ବାଚନମଣ୍ତଳୀରେ ଦଳୀୟ ନେତାଙ୍କ ସହ ସା˚ଗଠନିକ ବୈଠକକୁ ନେଇ ଜିଲ୍ଲା ରାଜନୀତି ଚଞ୍ଚଳ ହୋଇପଡ଼ିଛି।

Advertisment

୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ବ୍ରହ୍ମପୁରରୁ ଦୁଇ ଦୁଇଥର ବିଜେଡିରୁ ସା˚ସଦ ଥାଇ ଗଞ୍ଜାମ ଓ ଗଜପତି ଜିଲ୍ଲା ରାଜନୀତିରେ ବେଶ୍‌ ପ୍ରଭାବ ଛାଡ଼ି ଯାଇଥିଲେ। ୨୦୦୦୯ ଓ ୨୦୧୪ରେ ସିଦ୍ଧାନ୍ତଙ୍କ ପ୍ରମୁଖ ବିରୋଧୀ ଭାବେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ଆସିଥିବା ଟାଣୁଆ ନେତା ଚନ୍ଦ୍ରଶେଖର ସାହୁ ୨୦୧୮ରେ ବିଜେଡିରେ ସାମିଲ ହେବା ପରେ ୨୦୧୯ରେ ଦଳୀୟ ଟିକଟ ପାଇ ସା˚ସଦ ଭାବେ ବିଜୟୀ ହୋଇଥିଲେ। ସେହିଦିନ ଠାରୁ ରାଜ୍ୟ ରାଜନୀତି ସମେତ ଗ˚ଜାମ ଜିଲ୍ଲା ରାଜନୀତିରୁ ପ୍ରାୟତଃ ଦୂରେଇ ରହିଥିବା ସିଦ୍ଧାନ୍ତଙ୍କ ଅଚାନକ ଆବିର୍ଭାବ ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନାବୋର୍ଡ଼ ସଦସ୍ୟ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଏକ ସାମଜିକ କାର୍ଯ୍ୟକ୍ରମରେ ପୂର୍ବତନ ସା˚ସଦ ଶ୍ରୀ ମହାପାତ୍ର ଯୋଗ ଦେଇଥିଲେ। ଏହି ସମୟରେ କେତେକ ସାମ୍ବାଦିକ ଓ ଦଳୀୟ କମକର୍ତ୍ତାଙ୍କ ସହ ଆଲୋଚନା ବେଳେ ଶ୍ରୀ ମହାପାତ୍ର କହିଥିଲେ, ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ମୁଁ କାର୍ଯ୍ୟ କରୁଛି। ଆଜିର ଗ˚ଜାମ ଗସ୍ତ ନେଇ ଅନୁମତି ମିଳିବା ପରେ ଗୁରୁଭାଇ ଡା.ଚ୍ୟାଉପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ଏଠାକୁ ଆସିଛି ବୋଲି କହିଥିଲେ। ମଧ୍ୟାହ୍ନରେ ଡା.ଚ୍ୟାଉପଟ୍ଟନାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେଠାରୁ ଜଗନ୍ନାଥପୁରସ୍ଥିତ ଜଳସ˚ପଦ ଡାକବଙ୍ଗଳାରେ ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ତଳୀର ବହୁ ବରିଷ୍ଠ ନେତା ଓ କର୍ମୀଙ୍କ ସହ ଦଳର ସା˚ଗଠନିକ ସ୍ଥିତି ଓ ଅଞ୍ଚଳର ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଉକ୍ତ ଦୁଇ ନିର୍ବାଚନମଣ୍ତଳୀ ଉପରେ ପୂର୍ବତନ ସା˚ସଦଙ୍କ ପୂର୍ବରୁ ବହୁତ ଦବ୍‌ଦବା ରହିଥିଲା, ଯେଉଁଥିପାଇଁ ତାଙ୍କ ପଛରେ ଏକ ଦଳୀୟ ଶିବିରରେ ଓ ସାଧାରଣ ଲୋକଙ୍କ ସମର୍ଥନ ରହିଛି।

ବର୍ତ୍ତମାନ ଛତ୍ରପୁର ନିର୍ବାଚନମଣ୍ତଳୀରେ ଦଳରେ ଲାଗି ରହିଥିବା ଅନ୍ତଃକନ୍ଦଳକୁ ନେଇ ଆଲୋଚନା କରିବା ସହ ଗୋପାଳପୁର ନିର୍ବାଚନମଣ୍ତଳୀରେ ଦଳର ସା˚ଗଠନିକ ସ୍ଥିତି ଓ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି କିପରି ଏହାର ସମାଧାନ ହେବ ସେ ଦିଗରେ କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ତେବେ ନିର୍ବାଚନ ପରଠାରୁ ୪ବର୍ଷ ନିରବ ଥିବା ସିଦ୍ଧାନ୍ତଙ୍କ ପୁଣି ଆବିର୍ଭାବ ଓ ଦଳୀୟ କାର୍ଯ୍ୟକ୍ରମର ସମୀକ୍ଷାକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମହଲରେ ନାନା ସଂଶୟ, ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏହାଛଡ଼ା ଦଳରେ ବହୁ ବରିଷ୍ଠ ଓ ଅଭିଜ୍ଞ ବ୍ୟକ୍ତି ରହିଥିବା ସତ୍ତ୍ବେ ୪ବର୍ଷ ଧରି ଜିଲ୍ଲାବାସୀଙ୍କ ଠାରୁ ଦୂରେଇ ରହିଥିବା ସିଦ୍ଧାନ୍ତଙ୍କୁ ଦଳ ପୁଣି ଥରେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ତଳୀରେ ଦଳୀୟ ସା˚ଗଠନିକ ସ୍ଥିତି ପରଖିବା ଦାୟିତ୍ବ ଦେବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସେ ନେଇ ବର୍ତ୍ତମାନ ତର୍ଜମା ଆରମ୍ଭ ହୋଇଯାଇଛି।