ବିପୁଳ ପରିମାଣର କଫ୍‌ ସିରପ୍‌ ଓ ନିଶା ବଟିକା ଜବତ, ୩ ଗିରଫ

ବିଜେପୁର: ବିପୁଳ ପରିମାଣରେ କଫ ସିରପ ଚାଲାଣ କରୁଥିବା ଅଭିଯୋଗ ବିଜେପୁର ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡାକ୍ତର ବେହେରା, ରାକେଶ ଗଡ଼ତିଆ ଏବଂ ଆଶିଷ ପଧାନ। ପୁଲିସ୍‌ ସେମାନଙ୍କଠାରୁ ବିଭିନ୍ନ ନିଶାଦ୍ରବ୍ୟ ଜବତ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉକ୍ତ ଯୁବକମାନେ ଏକ ବୁଲେଟ୍‌ ମୋଟର ସାଇକେଲ (ଓଡି–୧୭ଭି୨୭୬୧)ରେ ନିଶା ଔଷଧ ନେଇ ଆସୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚାରପାଲି ଛକରେ ନାକା ଡ୍ୟୁଟି ଆଳରେ ଛକି ରହି ଉକ୍ତ ଯୁବକଙ୍କୁ ସନ୍ଦେହରେ ଅଟକାଇ ଚଢ଼ଉ କରିଥିଲେ। ସେମାନଙ୍କ ଠାରୁ ୧୧୦ଟି ଅବ୍ୟବହୃତ ଏସ୍‌କଫ କଫ ସିରପ, ୧୦ଟି ବ୍ୟବହୃତ ଏସକଫ କଫ ସିରପ ବୋତଲ, ପ୍ଲାଷ୍ଟିକ ଜାରରେ ୪ ଲିଟରର କଫ ସିରପ ଓ ୬ ପତା ନିଟ୍ରୋସନ-୧୦ ବଟିକା ଜବତ କରିଥିଲେ।

ଏନେଇ ବିଜେପୁର ଥାନାରେ ନଂ ୪୫/୨୨ରେ ଏକ ମାମାଲା ରୁଜୁ ହୋଇଛି। ଥାନାଧିକାରୀ ସନୟ ନାୟକଙ୍କ ତତ୍ତ୍ବାବଧାନରେ ଏସ୍‌ଆଇ ଏସ୍‌. ମଲ୍ଲିକ, ଗୋପବନ୍ଧୁ ସାହୁ, ବିଦ୍ୟାଧର ସାହୁ, ଗୋବିନ୍ଦ କୁରାମି, ମଙ୍ଗଳୁ ମାଡକାମି, ମଧୁ ସାହୁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର