ଗବେଷଣା ପାଇଁ ସଂସ୍କୃତି ଓ ସଂସ୍କୃତ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା

ଭୁବନେଶ୍ବର : ଓଡ଼ିଆ ସଂସ୍କୃତି ଉପରେ ଗବେଷଣା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିୟମ ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମଦନପୁରସ୍ଥିତ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର୍‌ ବ୍ୟୋମକେଶ ତ୍ରିପାଠୀ ଓ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ହରିହର ହୋତା ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହା ଦ୍ବାରା ଦୁଇ ବିଶ୍ବବିଦ୍ୟାଳୟ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ, ଗବେଷଣା, ଇଣ୍ଟର୍ଣ୍ଣସିପ୍‌, ପ୍ରକଳ୍ପ ପ୍ରଶିକ୍ଷଣ, ସେମିନାର, କର୍ମଶାଳା, ଦର୍ଶନ, ପ୍ରତ୍ନତାତ୍ତ୍ବିକ ଇତିହାସ ଓ ପ୍ରଶିକ୍ଷଣ, ସଙ୍ଗୀତ, ନୃତ୍ୟ ଓ ଗବେଷଣା କ୍ଷେତ୍ରରେ ସହାୟକ ହୋଇପାରିବ। ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ହେବା ସହ ସାଂସ୍କୃତିକ ବିନିମୟ କିଭଳି ହୋଇପାରିବ, ସେଥିପାଇଁ ଚେଷ୍ଟା କରାଯିବ। ଏ ଦିଗରେ ଉଭୟ ବିଶ୍ବବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର