ଚଣ୍ତିଖୋଲ: ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସିହା ପଞ୍ଚାୟତ ସରପଞ୍ଚ ଖଗେଶ୍ବର ସେଠୀ ତାଙ୍କର ବହୁ ସମର୍ଥକଙ୍କ ସହ ବିଜେପି ଛାଡ଼ି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଏ ନେଇ ଚଣ୍ତିଖୋଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମୁଖ୍ୟଅତିଥି ବିଧାୟକ ଅମର ପ୍ରସାଦ ଶତପଥୀ ବିଜେଡିରେ ମିଶିଥିବା ସରପଞ୍ଚ ଶ୍ରୀ ସେଠୀଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ତାଙ୍କର ବହୁ ସମର୍ଥକଙ୍କ ସହ ସରପଞ୍ଚ ଶ୍ରୀ ସେଠୀ ବିଜେଡିରେ ମିଶିବା ପରେ ସିହା ପଞ୍ଚାୟତରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ବିଧାୟକ ଶ୍ରୀ ଶତପଥୀ ଆଶାବ୍ୟକ୍ତ କରିଥିଲେ।
ବ୍ଲକ୍ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ହୃଷୀକେଶ ସାହୁ, ଅଭୟ ସାହୁ, ଯୁଧିଷ୍ଠିର ସେଠୀ, ସୁରେନ୍ଦ୍ର ବେହେରା, ଓାର୍ଡସଭ୍ୟ ସନ୍ତୋଷ ସାମଲ, ଅମରେନ୍ଦ୍ର ଓଝା, ପୂର୍ବତନ ସମିତିସଭ୍ୟ ଦୁର୍ଗାଚରଣ ସାହୁ, ସୁଦାମ ସାମଲ ପ୍ରମୁଖ ୩୦ ଜଣ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ଉପସଭାପତି ନିରଞ୍ଜନ ସେନାପତି, କୋଷାଧ୍ୟକ୍ଷ ମିହିରି ସ୍ବାଇଁ, ଯୁବ ବିଜେଡି ସଭାପତି ଗଣେଶ୍ବର ବରାଳ, ଛାତ୍ର ବିଜେଡି ସଭାପତି ଯଚୀନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିନୋଦିନୀ ସାହୁ, ସରପଞ୍ଚ ଆଶିଷ ରଞ୍ଜନ ଚୌଧୁରୀ, ଗୋବିନ୍ଦ ସାହାଣୀ, ଖଗେଶ୍ବର ସାହୁ, ସାରଙ୍ଗଧର ନାୟକ, ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ରାଜକିଶୋର ସ୍ବାଇଁ , ପୀତାମ୍ବର ବଳ, ମସୀର ଆଲାମ, ମୋହନ ଖିଲାର ଓ ଜଗନ୍ନାଥ ମୁଦୁଲି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦିଲ୍ଲୀପ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଂଜୟ କୁମାର ସ୍ବାଇଁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/sd56g4s65g4s6dg456dg4adsdagggggggggggggggg.jpg)