ବାରିପଦା : ଶିକ୍ଷାବିତ ଶତ୍ରୁଘନ ମନ୍ତ୍ରୀଙ୍କ ପରଲୋକ

ବାରିପଦା : ଶିକ୍ଷାବିତ ତଥା ସମାଜସେବୀ ଶତ୍ରୁଘନ ମନ୍ତ୍ରୀଙ୍କର ୮୧ ବର୍ଷ ବୟସରେ ସ୍ଥାନୀୟ ତୁଳସୀଚଉରାସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପ୍ରତିରକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିବା ଜ୍ୟେଷ୍ଠ ପୁତ୍ର ଦିଲ୍ଲୀପ, କନିଷ୍ଠ ପୁତ୍ର ତଥା ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ସୁନ୍ଦୀପ ପ୍ରମୁଖଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ୧୯୩୯ ମସିହାରେ ବଡ଼ସାହି ବ୍ଲକ୍ ଟଙ୍ଗାଶୋଳ ଗ୍ରାମରେ ଜନ୍ମିତ ଶତ୍ରୁଘନ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ୧୯୯୮ରେ ସ୍କୁଲ୍ ସବଇନ୍ସପେକ୍ଟର୍ ଭାବେ ଚାକିରୀରୁ ଅବସର ନେଇଥିଲେ । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଜନ୍ମ ମାଟି ଟଙ୍ଗାଶୋଳ ଗ୍ରାମ ସହିତ ବାରିପଦା ତୁଳସୀଚଉରାରେ ଶୋକର ଛାୟା ଖେଳାଇଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତଃ ମନ୍ତ୍ରୀଙ୍କର ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର