ଭୁବନେଶ୍ବର: ଶୁକ୍ରବାର ଶିକ୍ଷା ବିକାଶ ସମିତି, ଓଡ଼ିଶା ତରଫରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ବୈଠକ ସଂଗଠନର ଅଧ୍ୟକ୍ଷ ଡଃ. କିଶୋରଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବାତ୍ୟା ସମୟର ଏବଂ ବାତ୍ୟା ପରବର୍ତ୍ତୀ ସମୟର ସେବାକାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏଥିରେ ଶିକ୍ଷା ବିକାଶ ସମିତିର ସମ୍ପାଦକ କମଳାକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ ଉମେଶଚନ୍ଦ୍ର ଦାଶ, ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ, ୯ଟି ଯାକ ସମ୍ଭାଗର ସଭାପତି, ସମ୍ପାଦକ ଓ ସଂଯୋଜକ ଏବଂ ସମସ୍ତ ସଂକୁଳର ସଂକୁଳ ପ୍ରମୁଖ ଓ ସଂଯୋଜକ ଉପସ୍ଥିତ ରହି ବାତ୍ୟାର କ୍ଷୟକ୍ଷତି ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଥିଲେ ।
ତଦନୁସାରେ ବାତ୍ୟା ସମୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରାଦ୍ୱୀପଠାରେ ୨୪୦ ଜଣ, ବାଣପୁରରେ ୭୦ ଜଣ, ଦିଗପହଣ୍ଡିରେ ୫୦ ଜଣ, ନୂଆବଜାର, ଭଦ୍ରକରେ ୭୦ ଜଣ, ସୋରରେ ୫୦ ଜଣ, ମିତ୍ରପୁର ଠାରେ ୧୫ ଜଣ, ରେମୁଣାରେ ୨୫ ଜଣ, କଇଥଖୋଲାରେ ୧୫ ଜଣ, କୁଆଖିଆ ଠାରେ ୧୫ ଜଣ, ବାଣପୁର ଡୁଙ୍ଗୁରାଠାରେ ୨୫ ଜଣ ବାତ୍ୟା ବିପନ୍ନଙ୍କୁ ଆଶ୍ରୟ ଦେବା ସହ ଶୁଖିଲା ଓ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା ।
/sambad/media/post_attachments/wp-content/uploads/2021/05/s.jpg)
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ, ଛତା, ତିଲଙ୍ଗ, କାଙ୍କଦିଆ, ମାର୍ଶାଘାଈ, ରାମନଗର, ବରାଡ଼ିଆରେ ୨୯୫ ଜଣ ବାତ୍ୟା ବିପନ୍ନ ଲୋକମାନଙ୍କ ସହ ୭୫ ସଂଖ୍ୟାରେ ଗାଈଗୋରୁଙ୍କୁ ଆଶ୍ରୟ ଦିଆଯାଇଥିଲା ଓ ସେମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା । ଗରଦପୁର ଓ ପଟ୍ଟାମୁଣ୍ଡାଇ ଶିଶୁ ବିଦ୍ୟା ମନ୍ଦିରରେ ବିଦୁ୍ୟତ୍ କର୍ମଚାରୀ ଓ ସରକାରୀ କର୍ମଚାରୀ ୧୪୦ ଜଣଙ୍କୁ ଆଶ୍ରୟ ଦିଆଯାଇଥିଲା । କଟକର ଅଡ଼ଶପୁର ଶିଶୁ ମନ୍ଦିରରେ ୩୦୦ ଜଣ, କଣ୍ଟାପଡ଼ାରେ ୫୦୦ ଜଣ, ରାୟପୁରରେ ୧୫୦ ଜଣ ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଥିବା ବେଳେ ନିଆଳିରେ ୨୦୦ ଗାଈଗୋରୁଙ୍କୁ ରଖାଯାଇଥିଲା । ଯାଜପୁର ଜିଲ୍ଲା ଧାନମଣ୍ଡଳ ଓ ବାଲିଚନ୍ଦ୍ରପୁରଠାରେ ୧୦୦ ବାତ୍ୟା ବିପନ୍ନଙ୍କୁ ରଖାଯାଇ ଚୁଡ଼ା ଓ ଗୁଡ଼ ଖାଇବାକୁ ଦିଆଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଶିଶୁ ମନ୍ଦିରରେ ବାତ୍ୟା ଆଶ୍ରୟ କେନ୍ଦ୍ର କରାଯାଇ ୧୦୦ରୁ ଅଧିକ ବିପନ୍ନଙ୍କୁ ଆଶ୍ରୟ ଦେବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାଲିଆ, ବାଲେଶ୍ୱର ତରଫରୁ ବାଲେଶ୍ୱର ବିଭାଗ ପ୍ରମୁଖ, ପ୍ରଧାନାଚାର୍ଯ୍ୟ ଓ ଆଚାର୍ଯ୍ୟମାନେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଧୁବୁଲାଗଦି ଆଦି ସ୍ଥାନ ମାନଙ୍କରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବିତରଣ କରିଛନ୍ତି । ସବୁ ଆଶ୍ରୟସ୍ଥଳକୁ ସାନିଟାଇଜ କରିବା ସହ ବିପନ୍ନମାନଙ୍କୁ ମାସ୍କ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/svs-2.jpg)