ଟାସ୍କଫୋର୍ସ ଗଠନ ନେଇ ନିରବତା: କେନ୍ଦୁପତ୍ରଠୁ ଖଣି, ସବୁ ଚୋରି

ବରଗଡ଼: ଜିଲ୍ଲାରେ ଛତିଶଗଡ଼ି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ରୋକଠୋକରେ ବେଆଇନ ବାଲି, ଖଣି ପଥର ଚାଲାଣ  ଚାଲିଛି। ମହୁଲ ଠାରୁ ଆରମ୍ଭ କରି କେନ୍ଦୁପତ୍ର ବି ଚୋରା ଚାଲାଣ ହେଉଛି। ମହୁଲ ଦରକୁ ନେଇ ଚାରିପଟେ ଚର୍ଚ୍ଚା ରହିଛି। ଏଭଳି ସ୍ଥିତିରେ ଅତିଶସ୍ତା ଦରରେ ଏଠାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ମହୁଲ ଛତିଶଗଡ଼ ଚାଲାଣ ହେଉଛି। ସଦ୍ୟ ଭାବେ, ଭଟଲି ଥାନା କାଶିପାଲି ରାସ୍ତାରେ ବେଆଇନ ମହୁଲ ଚାଲାଣ ସୋମବାର ରାତି ଧରାପଡ଼ିଥିଲା। ଅବକାରୀ ବିଭାଗ ଛତିଶଗଡ଼ ଯାଉଥିବା ପିକଅପ୍‌ରୁ ୨୮ କ୍ବିଣ୍ଟାଲ ମହୁଲ ଜବତ କରିଥିଲା। କେନ୍ଦୁପତ୍ରର ବି ସମାନ ଅବସ୍ଥା। ଭଟଲି, ଅମ୍ବାଭୋନା, ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଅଂଚଳରୁ ବ୍ୟାପକ କେନ୍ଦୁପତ୍ର ଛତିଶଗଡ଼କୁ ପ୍ରତିଦିନ ବିଭିନ୍ନ ବାଟ ଦେଇ ଚାଲାଣ ହେଉଥିବା ଜଣାପଡ଼ିଛି।

ଲୋକେ ଏହାର ପ୍ରତିବାଦ କଲେ ହତ୍ୟା ଧମକ ମିଳୁଛି। ଏହାବ୍ୟତୀତ ପଦ୍ମପୁର ଉପଖଣ୍ଡରୁ ବାଲି ଓ ଲଘୁଖଣି ଚୋରି ଚାଲାଣରେ ରୋକ୍‌ ଲାଗିନାହିଁ। ସାନକୁଞ୍ଜାରି, ବଡ଼ କୁଞ୍ଜାରି, ପୁଟକା ଏବ˚ ମହୁଲପାଲି ଆଖପାଖ ଅ˚ଚଳରେ ଚୋରା ଖଣି ଖନନ ଚାଲିଛି। ଜ˚ଗଲ ଭିତରେ ଖଣି ଗୁଡ଼କରେ ବ୍ଲାଷ୍ଟି˚ କରି ଚୂନ ପଥର ଏବ˚ ଲୁହା ପଥର ଚୋରା ଚାଲାଣ ହେଉଛି। ଆଖପାଖ ଗାଁ ଲୋକେ ଖଣି ପାଖକୁ ଗଲେ ମାଫିଆମାନେ ହତ୍ୟା ଧମକ ଦେଉଛନ୍ତି। ଫଳରେ ଭୟରେ କେହି ସେଠାକୁ ଯାଉନାହାନ୍ତି। ପୁଟକା ଗାଁ ସ˚ଲଗ୍ନ ଜ˚ଗଲରୁ ଦୀର୍ଘ ବର୍ଷ ହେଲା ଚୂନ ପଥର ଖୋଳା ଚାଲିଛି। ବିନା ପରମିଟ୍‌ରେ ଛତିଶଗଡ଼ର ଡମ୍ପର ଏଠାରୁ ମାଲ୍‌ ନେଇ ଜ˚ଗଲିଆ ରାସ୍ତାରେ ଛତିଶଗଡ଼ ସୀମାକୁ ନେଉଛନ୍ତି। ଅ˚ଗ ନଦୀରୁ ବେଆଇନ ବାଲି ଚାଲାଣ ମଧୢ ନିରନ୍ତର ଭାବେ ଚାଲିଛି।

ଅ˚ଗ ନଦୀ ସ˚ଲଗ୍ନ ଝାରବନ୍ଧ ବ୍ଲକ୍‌ର ଆଖପାଖ ଅଂଚଳରୁ ଏହି କାରବାର ଚାଲିଛି।  ବାଲି ଚାଲାଣ ପାଇଁ ମାଫିଆମାନେ ନଦୀ ସଂଲଗ୍ନ ଜ˚ଗଲ କାଟି ଭିତିରିଆ ରାସ୍ତା ତିଆରି କରିଦେଇଛନ୍ତି। ଏହି ରାସ୍ତା ଦେଇ ଖଣି ଏବଂ ବାଲି ଛତିଶଗଡ଼ ପହଂଚୁଛି।  ଛତିଶଗଡ଼ର ମାଫିଆ ଏବ˚ ଓଡ଼ିଶାର ବେପାରୀଙ୍କ ମଧୁଚନ୍ଦ୍ରିକାରେ ଏହି କାରବାର ନିରନ୍ତର ଜାରି ରହିଛି। ଏହି ବେଆଇନ କାରବାରରେ ରୋକ୍‌ ଲଗାଇବାକୁ ବିଭିନ୍ନ ବ୍ଲକ୍‌ରୁ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ମାମଲାକୁ ୨୦୧୯ ମସିହାରେ ପ୍ରଶାସନ ଗୁରୁତ୍ବ ଦେଇଥିଲା। ପ୍ରଶାସନ, ପୁଲିସ୍‌ ଏବଂ ରାଜସ୍ବ ବିଭାଗକୁ ମିଶାଇ ଏକ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାଏଁ ଟାସ୍କଫୋର୍ସର ଦେଖାନାହିଁ। ପ୍ରଶାସନର ଏଭଳି ସ୍ଥାଣୁତାର ସୁଯୋଗ ନେଇ ଉଭୟ ରାଜ୍ୟର ମାଫିଆମାନେ ପୂର୍ବଭଳି ନିରଂକୁଶ ଭାବେ କାରବାର ଚଳାଇଛନ୍ତି।

ସମ୍ବନ୍ଧିତ ଖବର