‘ଜୱାଦ’ ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ, ଯାତ୍ରା ବାତିଲ କରନ୍ତୁ ପର୍ଯ୍ୟଟକ

ବାରିପଦା: ବାତ୍ୟା ‘ଜୱାଦ’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୪ ଓ ୫ ତାରିଖ (ଶନିବାର, ରବିବାର) ଦୁଇ ଦିନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ବର୍ଷା ସମୟରେ ଶିମିଳିପାଳ ଭିତରେ ତୀକ୍ଷ୍‌ଣ ଓ ମାଟି ରାସ୍ତାରେ ଗାଡ଼ିରେ ଯିବା ବିପଦପୂର୍ଣ୍ଣ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ରହିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। ତେବେ ଯେଉଁ ପର୍ଯ୍ୟଟକମାନେ ଡିସେମ୍ବର ୪ ଓ ୫ରେ ଶିମିଳିିପାଳ ବୁଲିଯିବାକୁୁ ଯୋଜନା କରୁଛନ୍ତି, ବର୍ତ୍ତମାନ ପାଇଁ ସ୍ଥଗିତ କଲେ ଭଲ।

ତେବେ ରାତ୍ରିଯାପନ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକୁ ଯାଇ ରାତି କାଟି କରିପାରିବେ। ବାତ୍ୟା ପରେ ରାସ୍ତା ଅବସ୍ଥା ଅନୁଧ୍ୟାନ କରାଯିବା ପରେ ପର୍ଯ୍ୟଟଙ୍କୁ ବୁଲିବା ପାଇଁ ଅନୁମତି ମିଳିବ କି ନାହିଁ, ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ଡ.ସମ୍ରାଟ ଗୌଡା।

ସମ୍ବନ୍ଧିତ ଖବର