କେନ୍ଦ୍ରର ପ୍ରୋତ୍ସାହନ ନାହିଁ, ବନ୍ଦ ହେବ ରେଶମ ବିକାଶ କେନ୍ଦ୍ର!

ଅତ୍ୟାଧୁନିକ ଜ୍ଞାନ କୌଶଳ ଅଭାବ, ରେଶମ ପୋକ ଉତ୍ପାଦନ ଠପ୍‌, ମିଳିପାରୁନି ସରକାରୀ ପ୍ରୋତ୍ସାହନ

ପାରଳାଖେମୁଣ୍ଡି, (ତ୍ରିନାଥ ଖାଡ଼ଙ୍ଗା): ରାମଗିରି ରେଶମ ବିକାଶ କେନ୍ଦ୍ର ପ୍ରତି କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ନାହିଁ। ରାଜ୍ୟ ସରକାର ମଧ୍ୟ ଯେତିକି ତତ୍‌ପରତା ଦେଖାଇବା କଥା ଦେଖାଉନାହାନ୍ତି। ଫଳରେ, ଏହି ରେଶମ କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅନୁଦାନ ଓ କର୍ମଚାରୀ ଅଭାବରୁ କେନ୍ଦ୍ରଟି ବନ୍ଦ ହେବା ନେଇ ଆଶଙ୍କା ଦେଖାଯାଇଛି।

ଶିଳ୍ପବିହୀନ ଗଜପତି ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଅଞ୍ଚଳର ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୪ ଦଶନ୍ଧି ପୂର୍ବେ ରାମଗିରି ଠାରେ କେନ୍ଦ୍ର ସରକାରଙ୍କ ଦ୍ବାରା ରେଶମ ବିକାଶ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏହି କେନ୍ଦ୍ରରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସହ ୧୫ ଏକର ଜମିରେ ଟୁଥ ଚାରା ରୋପଣ କରାଯାଇ ସୁରୁଖୁରରେ ରେଶମ ଉତ୍ପାଦନ ହେଉଥିଲା।

ତେବେ ବିଭିନ୍ନ କାରଣରୁ ଏହି କେନ୍ଦ୍ର ମୂଳଲକ୍ଷ୍ୟଠୁ ଦୂରେଇ ଯାଇ ବନ୍ଦ ହେବାକୁ ବସିବାକୁ ଲାଗିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ରେଶମ ବିକାଶ କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଛି। କୋଠା ସବୁ ଭା˚ଗିଯାଇଥିବାବେଳେ ଅନେକ ପ୍ରୟୋଗଶାଳା ବନ୍ଦ ହୋଇପଡ଼ିଛି। ରାମଗିରି ଅଞ୍ଚଳରେ ଅନୁକୂଳ ପାଣି ପାଗ ସତ୍ତ୍ବେ ନୂତନ ଜ୍ଞାନକୌଶଳ ଅଭାବରୁ ଦୀର୍ଘ ବର୍ଷ ହେଲା ରେଶମ ପୋକ, ବିହନ ଉତ୍ପାଦନ ବନ୍ଦ ହୋଇଯାଇଛି। ପରୀକ୍ଷାଗାର ଗୁଡ଼ିକ ଆଧୁନିକୀକରଣ କରାଯାଇ ନଥିବାରୁ ନାମକୁ ମାତ୍ର ବାହାରୁ ପୋକର ବିହନ ଅଣାଯାଇ କେନ୍ଦ୍ର ପରିଚାଳନା କରାଯାଉଛି। ଅପରପକ୍ଷରେ ପୁରାତନ ପ୍ରକ୍ରିୟାରେ ପୋକ ଗୁଡ଼ିକୁ ପାଳନ କରାଯାଉଥିବାରୁ ବିଶେଷ ସଫଳତା ମିଳିପାରୁନାହିଁ। ସରକାରୀ ପ୍ରୋହାତ୍ସନ ଅଭାବ ସା˚ଗକୁ କର୍ମଚାରୀ ଅଭାବ କାରଣରୁ ବିକାଶ କେନ୍ଦ୍ରା ଏହି ଅଚଳ‌ାବସ୍ଥା ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ପରିଚାଳନା ଅଧିକାରୀ ପ୍ରମୋଦ କୁମାର ସାହୁ ସ୍ବୀକାର କରିଛନ୍ତି।

ଏଥିପାଇଁ ଉଭୟ କେନ୍ଦ୍ର ସରକାର ଦାୟୀ ବୋଲି ସଧାରଣରେ ମତ ପ୍ରକାଶପଇଛି। ରେଶମ ଉତ୍ପାଦନ ଓ ବିକାଶ ପାଇଁ କେନ୍ଦ୍ର ସରକାର ୨୦୧୮ ମସିହା ମାର୍ଚ୍ଚ ମାସରେ ଅନେକ ଯୋଜନା କରିଥିଲେ ମଧୢ ତାହା ରାମଗିରି ରେଶମ ବିକାଶ କେନ୍ଦ୍ର ପାଇଁ ଅପହଞ୍ଚ ହୋଇ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସ˚କ୍ରାନ୍ତ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ତିନି ବର୍ଷ ଲାଗି ସମନ୍ବିତ ରେଶମ ଉଦ୍ୟୋଗ ବିକାଶ ଯୋଜନାକୁ ଅନୁମୋଦନ କରା ଯାଇଥିଲା। ଏହି ଯୋଜନାରେ ୨୧୬୧. ୬୮ କୋଟି ଟଙ୍କାର ମୋଟ ଆବଣ୍ଟନକୁ ମ˚ଜୁରୀ ଦିଆଯାଇ କେନ୍ଦ୍ରୀୟ ରେଶମ ବୋର୍ଡ଼ ଜରିଆରେ ଯୋଜନା ଲାଗୁ କରା ଯାଇଥିଲା। ଏଥିରେ ପ୍ରଶିକ୍ଷଣ, ଡ଼ିମ୍ବ ସ˚ରଚନା, କୃଷକ ସ˚ପ୍ରାସରଣ କେନ୍ଦ୍ର, ବୀଜ, ସୂତା, ରେଶମ ଉତ୍ପାଦନ ଲାଗି ସମନ୍ବୟ ଏବ˚ ବଜାର ସୃଷ୍ଟି ଓ ବିକାଶ ବ୍ୟବସ୍ଥା ରହିଥିଲା। ଆହୁରି ଏହି ଯୋଜନା ଦ୍ବାରା ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହନ ମିଳିବ ଏବ˚ ଅନୁସୂଚିତ ଜାତି, ଜନଜାତି ଏବ˚ ସମାଜର ଦୁର୍ବଳ ଶ୍ରେଣୀକୁ ଜୀବିକାର ସୁଯୋଗ କଥା କୁହା ଯାଇଥିଲା। ୨୦୨୦ ସୁଦ୍ଧା ୮୫ ଲକ୍ଷରୁ ଆରମ୍ଭ କରି ୧ କୋଟି ଲୋକଙ୍କ ପାଇଁ ଲାଭଜନକ ରୋଜଗାର ବୃଦ୍ଧିରେ ସହାୟତା ମିଳିପାରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ରାମଗିରି ରେଶମ ବିକାଶ କେନ୍ଦ୍ର କ୍ଷେତ୍ରରେ ଏ ସବୁର କିନ୍ତୁ କିଛି ମାନେ ନାହିଁ। କେନ୍ଦ୍ରୀୟ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ୪ ଦଶନ୍ଧି ତଳର ଏ ପ୍ରକଳ୍ପ ଏବେ ବନ୍ଦ ହେବା ଅବସ୍ଥାରେ। ଏଥିପାଇଁ ମଧ୍ୟ ରାଜ୍ୟ ସରକାର କୌଣସି ତତ୍‌ପରତା ପ୍ରକାଶ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର