କଟକରୁ ଜବତ ହେଲା ଏକ କୁଇଣ୍ଟାଲ୍ ରୁପା ଇଟା ସହ ୧୨ ଲକ୍ଷ ଟଙ୍କା: ଦୁଇ ଅଟକ

କଟକ: କଟକରୁ ଜବତ ହୋଇଛି ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଟାଙ୍ଗି ଟୋଲ ଗେଟରୁ ଏହା ଜବତ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଜିଏସଟି ଏବଂ ଅବକାରୀ ବିଭାଗ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଟାଙ୍ଗି ଟୋଲ ଗେଟରେ ଏକ  କାର ଉପରେ ଚଢ଼ାଉ କରାଯାଇଥିଲା। ସେହି କାରରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ଥିଲା। ‌ହେଲେ ଚଢ଼ାଉ ବେଳେ ଜଣାପଡ଼ିଲା ଯେ କାରର ସିକ୍ରେଟ୍ ଚାମ୍ବ‌ରରେ ରହିଛି ଶହେ କେଜି ରୁପା ଇଟା ସହ ୧୨ ଲକ୍ଷ ଟଙ୍କା। ପଶ୍ଚିମବଙ୍ଗ ନମ୍ବର ଥିବା କାରରେ ଏସବୁ ସାମଗ୍ରୀ ଆସ୍କାରୁ ଖଡ଼ଗପୁର ଚାଲାଣ ହେଉଥିଲା।ଟୋଲ ଗେଟରେ ଚେକିଂ ବେଳେ ଘଟଣା ସ‌ାମ୍ନାକୁ ଆସିଛି। ଏତେ ପରିମାଣର ଟଙ୍କା, ରୁପା ଇଟା ଓ ଚାନ୍ଦି ଅଳଙ୍କାର କାହାର ଓ ସେ ଜିଏସଟି ଫାଙ୍କିଛନ୍ତି କି ତାହା ଉପରେ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର