ଓଡ଼ିଶାରେ ଅଣ୍ଡର୍‌ ଓ୍ଵାଲ୍‌ର୍ଡ ଲିଙ୍କ୍‌ ମାମଲା : ସିମ୍‌ବକ୍ସ ଜବତ ଘଟଣାରେ ୩ ଜଣଙ୍କୁ ଜାମିନ୍‌

ବ୍ରହ୍ମପୁର : ଓଡ଼ିଶାର ବ୍ରହ୍ମପୁରରେ ଅଣ୍ଡର୍‌ ଓ୍ଵାର୍ଲଡ୍‌ ଲିଙ୍କ୍‌ ଓ ସିମ୍‌ବକ୍ସ ଜବତ ଘଟଣାରେ ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି। ପ୍ରାୟ ୧ବର୍ଷ ପରେ ୩ ଅଭିଯୁକ୍ତ ଟି. ଲକ୍ଷ୍ମୀନାରାୟଣ ସରାଫ୍‌, ସୁରେଶ କୁମାର ଶତପଥୀ ଓ ସନ୍ତୋଷ କୁମାର ସାହୁ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଥିବା ଜଣାପଡ଼ିଛି।

୨୦୧୭ ଜୁଲାଇ ୮ତାରିଖରେ ବ୍ରହ୍ମପୁର ଚାରିଜଣ ଯୁବକ ଇଣ୍ଟର୍‌ନେଟ୍‌ ଓ ମୋବାଇଲ୍‌ ଫୋନ୍‌ ସିମ୍‌ ଜରିଆରେ ସିମ୍‌ ବକ୍ସ ବ୍ୟବହାର କରି ବିଦେଶରୁ ଆସୁଥିବା କଲ୍‌କୁ ଲୋକାଲ୍‌ କଲ୍‌ରେ ପରିଣତ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏମାନେ ଅଣ୍ଡର୍‌ ଓ୍ଵାର୍ଲଡ୍‌ ଡନ୍‌ ଛୋଟା ରାଜନ୍‌ର ସହଯୋଗୀ ସୁରେଶ ପୂଜାରୀର ଇଙ୍ଗିତରେ ହଂକଂରୁ ଆସିଥିବା ଏକ କଲ୍‌ରୁ ଲୋକାଲ୍‌ କରିଥିଲେ। ସେହି କଲ୍‌ରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ୨କୋଟି ଟଙ୍କା ଦାଦାବଟି ମଗା ଯାଇଥିଲା। ମୁମ୍ବାଇ ପୁଲିସର ସୂଚନାକୁ ଆଧାର କରି ବ୍ରହ୍ମପୁର ପୁଲିସ ଘଟଣାର ତଦନ୍ତ କରି ସଫଳତା ପାଇଥିଲା। ଏ ସଂକ୍ରାନ୍ତରେ ଗୋପାଳପୁର ଥାନା ପୁଲିସ କେସ୍‌ ନମ୍ବର ୫୭/୧୭ରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀନାରାୟଣ ସହିତ ୪ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର