ରାଜ୍ୟରେ ଏବେ ୩୪ଟି ସ୍ଥାନରେ ବଡ଼ ବନାଗ୍ନି, ଶିମିଳିପାଳର କେବଳ ୩ଟି ସ୍ଥାନରେ ନିଆଁ ଜଳୁଛି

ଭୁବନେଶ୍ବର : ଶିମିଳିପାଳରେ ପହଞ୍ଚି କେନ୍ଦ୍ରୀୟ ଟିମ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଗତକାଲି ଶିିମିଳିପାଳର ନିଆଁ ଲାଗିଥିବା କିଛି ଅଞ୍ଚଳ ବୁଲି ଦେଖିଥିବା ବେଲେ ଆଜି କୋର ଏରିଆ ଜେନାବିଲ ଓ ଅପର ବାରହାକାମୁଡ଼ା ରେଞ୍ଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ପ୍ରତିନିଧି ଦଳ।

ଗତକାଲି ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଞ୍ଚିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଉପ-ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ଅପରାହ୍ନରେ ଶିମିଳିପାଳରେ ପହଞ୍ଚିଥିଲେ । ଏହାପରେ କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାରହାକାମୁଡା ବନାଞ୍ଚଳ ବୁଲି ଦେଖିଛନ୍ତି । ଅନ୍ୟପଟେ ପରିବେଶବିତ ଦାବି କରୁଛନ୍ତି କି ଏବେ ବି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଛି । ଡୁକୁରା, ଭଞ୍ଜବସା, ପୋଡିଡିହାରେ ଏବେ ଜଙ୍ଗଲ ଜଳୁଥିବା କୁହାଯାଉଛି ।

ସେହିପରି ରାଜ୍ୟରେ କେତୋଟି ସ୍ଥାନରେ ଜଙ୍ଗଲ ଜଳୁଛି ତାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ତଥ୍ୟକୁ ଆଧାର କରି ଶ୍ରୀ ତ୍ରିପାଠୀ ଟ୍ୱିଟ କରିଛନ୍ତି ଯେ, ରାଜ୍ୟରେ ଆଜି ୨୯୧ଟି ବନାଗ୍ନି ପଏଣ୍ଟ ଚିହ୍ନଟ ହୋଇଛି । ତେବେ ୩୪ଟି ସ୍ଥାନରେ ନିଆଁ ବଡ଼ ଅଞ୍ଚଳରେ ରହିଛି ଓ ନିରନ୍ତର ଜଳୁଛି । ଶିମିଳିପାଳର କେବଳ ୩ଟି ସ୍ଥାନରେ ନିଆଁ ଜଳୁଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର