ଜୁନ୍‌ ୧୫ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବା‌ରିପଦା : ମୟୂରଭଂଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଜୁନ୍‌ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ମରାମତି ସହ ସୁରକ୍ଷା ତଥା ଆନୁସଂଗିକ ପରିସ୍ଥିତି ଦୃଷ୍ଟିରୁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥାଏ। ତେବେ ଅଭୟାରଣ୍ୟ ଆସନ୍ତା ନଭେମ୍ବର ମାସ ପହିଲାରେ ଖୋଲାଯିବାକୁ ଥିବା ବେଳେ ଏନେଇ ପରବର୍ତୀ ସମୟରେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ-କ୍ଷେତ୍ର ନିର୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ; ଶିମିଳିପାଳର ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ସରକାର ୧୯୭୯ ମସିହାରେ ଅଭୟାରଣ୍ୟ ଘୋଷଣା କରିଥିଲେ। ୧୯୮୦ ମସିହାରେ ଓଡ଼ିଶା ସରକାର ଏହି ଅଞ୍ଚଳ ମଧ୍ୟରୁ ୩୦୩ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଘୋଷଣା କରିବା ପାଇଁ ‌ପ୍ରସ୍ତାବ ଦେଇଥିଲେ। ତେବେ ୧୯୮୬ ମସିହାରେ ଏହାର ପରିସୀମା ୮୪୫ ବର୍ଗ କିଲୋମିଟରକୁ ବର୍ଧିତ କରାଯାଇଥିଲେ ବି ଅଭୟାରଣ୍ୟ ମଧ୍ୟରେ କିଛି ଜନବସତି ରହିଯାଇଥିବା ଯୋଗୁ ଏହା ଜାତୀୟ ଉଦ୍ୟାନ ମାନ୍ୟତା ପାଇପାରିନାହିଁ।

ସମ୍ବନ୍ଧିତ ଖବର