ବାରିପଦା: ଶନିବାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଖୋଲିବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ବେଳେ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। କରୋନା କଟକଣା ଭିତରେ ଏହା ଭିତରକୁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି। କାଳେ ଏହି ସମୟରେ କିଛି ଅଘଟଣ ଘଟିବ, ସେଭଳି ଆଶଙ୍କା କରାଯାଇ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ୩ ଦିନ ଧରି ବନ୍ଦ ରଖାଯାଇଥିଲା। ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ମନା ହୋଇଥିଲା। ଏହାପରେ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଥିଲା।
ଆଜି ଖୋଲିବ ଶିମିଳିପାଳ ଅଭୟାରଣ୍ୟ
/sambad/media/post_attachments/wp-content/uploads/2022/02/si.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)