ଯଶିପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ଉଦ୍ୟାନ ୩ଦିନ ଧରି ବନ୍ଦ ରଖାଯାଇଛି। ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ମନା ହୋଇଛି। ଶନିବାର ସନ୍ଧ୍ୟାରେ ଏନେଇ ଯଶିପୁର ଧୋବାଡିହାସ୍ଥିତ କାର୍ଯ୍ୟାଳୟର ରେଞ୍ଜ ଅଧିକାରୀ ସୀତାମଣି ମାଝୀ ସୂଚନା ଦେଇଥିଲେ ଯେ, ତିନିଦିନ ଶିମିଳିପାଳ ବନ୍ଦ ପରେ ୩ ତାରିଖରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ ପାଇଁ ଅନୁମତି ମିଳିବ।
ଦିନରେ ପରିଭ୍ରମଣ ପାଇଁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ଶିମିଳିପାଳ ଆଭ୍ୟନ୍ତରର ବିଭିନ୍ନ ନିବାସ ସ୍ଥଳୀ, ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ରାତ୍ରିଯାପନ ପାଇଁ ଯାଉଥିବା ପର୍ଯ୍ୟଟକଙ୍କୁ ଏହି କଟକଣାରୁ ମୁକ୍ତ ରଖାଯାଇ ସେମାନଙ୍କ ଗାଡ଼ିକୁ ପ୍ରବେଶ ଅନୁମତି ଦିଆଯାଉଛି। କଟକଣା ପାଇଁ ଚଳିତ ବର୍ଷ ଶିମିଳିପାଳ ଖାଁ ଖାଁ ରହିଛି। ବିଶେଷକରି ବହିରାଗତ ପର୍ଯ୍ୟଟକମାନେ ଶିମିଳିପାଳ ପରିଭ୍ରମଣ କରିବାକୁ ଜାନୁଆରି ମାସ ପ୍ରଥମ ଦିବସରେ ବହୁ ସଂଖ୍ୟାରେ ଆସିଥାନ୍ତି। କଟକଣା ପାଇଁ ବଜାର ନିକଟବର୍ତ୍ତୀ ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ମଧ୍ୟ ଦିଆଯାଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/2-1.jpg)