ବାରିପଦା : ଶିମିଳିପାଳ ଅଭୟାରଣ୍ୟର ଉପର ବାରାହାକାମୁଡ଼ାଠାରେ ଏକ ବିଶେଷ ପ୍ରଜାତିର କୁମ୍ଭୀର ଠାବ କରାଯାଇଛି। ଏହି ସ୍ଥାନଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୮୨୨ ମିଟର ଉଚ୍ଚରେ ରହିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ଭାରତରେ ଆଜିଯାଏ ଏତେ ଉଚ୍ଚ ସ୍ଥାନରେ କେବେ କୁମ୍ଭୀର ଦେଖାଯାଇନଥିଲା। କିଛି ଦିନ ତଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ବଉଳା ପ୍ରଜାତିର ଏହି କୁମ୍ଭୀରଟିକୁ ଠାବ କରିଥିଲେ।
ସୂଚନାଥାଉକି, ୨୦୦୦ ମସିହାରେ ଯଶିପୁର କୁମ୍ଭୀର ପ୍ରଜଜନ କେନ୍ଦ୍ରରୁ କିଛି କୁମ୍ଭୀର ଶାବକଙ୍କୁ ନେଇ ଶିମିଳିପାଳ ଜୈବମଣ୍ଡଳରୁ ବାହାରିଥିବା ବିଭିନ୍ନ ନଦୀନାଳରେ ଛଡ଼ା ଯାଇଥିଲା। ସମୟକ୍ରମେ ଏହି କୁମ୍ଭୀରଙ୍କର ବଂଶ ବିସ୍ତାର ହୋଇଛି। ତେବେ ସମୁଦ୍ରପତ୍ତନଠାରୁ ଏତେ ଉଚ୍ଚରେ କୁମ୍ଭୀର ରହୁଥିବା ଜଣାପଡ଼ିବା ପରେ ଶିମିଳିପାଳ ଏକ ନୂଆ ରେକର୍ଡ କରିଛି ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/cocrodile-similipal.jpg)