ସେପ୍ଟେମ୍ବରରେ ମିଳିବ ଏକାକାଳୀନ ୪ ମାସର ଭତ୍ତା

ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି

ଭୁବନେଶ୍ୱର : ଆସନ୍ତାମାସରେ ଏକାଳୀନ ୪ ମାସର ମଧୁବାବୁ ପେନ୍‌ସନ୍‌ ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏ ନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି,ଏହି ଯୋଜନାରେ ଥିବା ସମସ୍ତ ହିତାଧିକାରୀମାନଙ୍କୁ ସେପ୍ଟେମ୍ବରରୁ ଡିସେମ୍ବର ଯାଏ ଭତ୍ତା ପ୍ରଦାନ କରାଯିବ।

ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି
ଭୁବନେଶ୍ୱର : ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମ୍ପ୍ରତି ରାଜ୍ୟର ବନ୍ୟା ପରିସ୍ଥିତି ଓ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଜିସୁଦ୍ଧା ୧୧ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ରାଜ୍ୟର ମୋଟ ୨୮୫୨ଟି ପ୍ରାଥମିକ ସମବାୟ ସମିତିରେ ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଉଛି। କୋଭିଡ୍‌-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମ ଅନୁପାଳନ ପୂର୍ବକୁ ଏହି ପଞ୍ଜୀକରଣ କାର୍ଯ୍ୟ ଚାଲୁଛି ବୋଲି ସମବାୟ ବିଭାଗ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର