ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି। ଏହା ସହିତ ହଷ୍ଟେଲ୍‌ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିର୍ଦ୍ଦେଶ ପରେ  ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା  ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଗତକାଲି ଛାତ୍ରସଂସଦ ନିର୍ବାଚନକୁ ନେଇ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ହେବା ପରେ କୂଳପତି ନିର୍ବାଚନ ବାତିଲ କରିଦେଇଥିଲେ। ବିଶେଷ କରି ନିର୍ବାଚନକୁ ନେଇ ଛାତ୍ର ବିଶୃଙ୍ଖଳା ଯୋଗୁଁ ପରିବେଶ ଅଶାନ୍ତ ହୋଇ ଉଠିଥିବାରୁ  ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି କହି ନିର୍ବାଚନକୁ ବାତିଲ କରି ଦେଇଥିଲେ।  ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚକୁ ନେଇ ପିଜି କାଉନସିଲ ଚେୟାରମ୍ୟାନଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ କୁଳପତିଙ୍କ ବାସଭବନ ଆଗରେ ଧାରଣା ସାଙ୍ଗକୁ ଗଣ୍ଡଗୋଳ ହେବାରୁ ନିର୍ବାଚନକୁ ଗତକାଲି ସନ୍ଧ୍ୟାରେ ବାତିଲ କରି ଦିଆଯାଇଥିଲା। ଏହା ସତ୍ତ୍ୱେ ବିଶ୍ୱବିଦ୍ୟୃାଳୟ ପରିସରରେ ଶାନ୍ତି ନ ଫେରିବାରୁ ଆଜି ସକାଳେ କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ଯାଏ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିବା ସହିତ ହଷ୍ଟେଲ ଛାଡ଼ି ଚାଲିଯିବାକୁ  ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର