ଏସ୍‌ସିବିରେ ଆଜିଠୁ ସ୍ୱାଇନ୍‌ ଫ୍ଲୁ ଓ୍ଵାର୍ଡ

କଟକ: ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହେବାପରେ ତତ୍ପରତା ପ୍ରକାଶ କରିଛନ୍ତି କଟକ ବଡ଼ ମେଡିକାଲ୍‌ କର୍ତ୍ତୃପକ୍ଷ। ବୁଧବାରଠାରୁ ବଡ଼ ମେଡିକାଲ୍‌ରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଓ୍ଵାର୍ଡ ଖୋଲାଯିବ ବୋଲି ଆଜି ଅନୁଷ୍ଠିତ ବୈଠକରେ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ପ୍ରସନ୍ନ କୁମାର ଦେବତା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରିକାଳୀନ ଅଧିକାରୀ ଡା. ଭୁବନ ମହାରଣା, ପଲମ୍ୟୁନାରୀ ମେଡିସିନ୍‌ ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ବୈଠକ ବସିଥିଲା। କିନ୍ତୁ ବଡ଼ ମେଡିକାଲରେ ବର୍ତ୍ତମାନ ସୁଦ୍ଧା ସ୍ୱାଇନ୍‌ ଫ୍ଲୁ ରୋଗ ଚିହ୍ନଟ ହୋଇ ନାହିଁ ବୋଲି ଡା. ମହାରଣା ସୂଚନା ଦେଇଛନ୍ତି। କହିଛନ୍ତି। ଗତକାଲି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଅଞ୍ଚଳର ଜଣେ ଯୁବତୀଙ୍କଠାରେ ସ୍ୱାଇନ୍‌ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର