ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗ : ଭିନ୍ନ ମତ ରଖିଲେ ଖାରବେଳ

ଭୁବନେଶ୍ବର : କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୩୦ ତାରିଖରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ତାହାକୁ ନେଇ ଭିନ୍ନ ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ। ସେ କହିଛନ୍ତି ଯେ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ, ସେଥି ପାଇଁ ମୁଖ୍ୟମନ୍ତ୍ରୀ ଏମିତି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆଙ୍କ ଭାବାବେଗ ବୁଝୁ ନ ଥିବା ଅଣଓଡ଼ିଆ ପରାମର୍ଶଦାତା ଏପରି କରାଇଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇପାରିଲେ ନାହିଁ। ପଶ୍ଚିମ ଓଡ଼ିଶାର ମୁଷ୍ଟିମେୟ ଲୋକଙ୍କ ବିରୋଧ ଯୋଗୁ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଉ ନାହିଁ। ବିଜେପିରେ ଥାଇ ବି ସେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ କଲେନି କି ବନ୍ଦେ ଉତ୍କଳ ଜନନୀ ଗାନ କଲେନି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ତେବେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଅନ୍ୟ କିଛି କରାଯାଇ ପାରିଥା’ନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର