ମହାପ୍ରଭୁଙ୍କ ବାହାଘର , ସିଂହଦ୍ୱାରରେ ଲାଗିଲା ନାହିଁ ଫୁଲଟିଏ ! ବର୍ଷ ବର୍ଷର ପରମ୍ପରା ଏ ବର୍ଷ ବନ୍ଦ ହେଲା କାହିଁକି ?

ପୁରୀ : ଆଜି ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାଘର। ଏହାକୁ ପବିତ୍ର ରୁକ୍ମିଣୀ ବିବାହ ଭାବେ ମଧ୍ୟ ପାଳନ କରାଯାଏ। ଶ୍ରୀ ଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବା ହେତୁ ରୁକ୍ମିଣୀ ବିବାହ ଦିନ ଶ୍ରୀମନ୍ଦିରର ସିଂହଦ୍ୱାରକୁ ରଙ୍ଗବେରଙ୍ଗର ଫୁଲରେ ସଜା ଯାଇଥାଏ। ମାତ୍ର ଆଜି ସିଂହଦ୍ୱାରରେ କୌଣସି ପ୍ରକାର ସାଜସଜ୍ଜା ଦେଖିବାକୁ ମିଳିନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଜସଜ୍ଜା କରାଯାଇ ନ ଥିବାରୁ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୁଙ୍କ ବାହାଘରରେ ତାଙ୍କ ଘର ସାଜସଜ୍ଜା ହୋଇନଥିବ ହେତୁା ଭକ୍ତ ,ଶ୍ରଦ୍ଧାଳୁ ଓ ସେବାୟତଙ୍କ ଭିତରେ କ୍ଷୋଭ ଦେଖାଯାଇଛି। ଜନୈକ ଭକ୍ତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ପ୍ରତିବର୍ଷ ରୁକ୍ମିଣୀ ବିବାହରେ ସିଂହଦ୍ୱାରା ସାଜସଜ୍ଜା ହୋଇଥିବା ବେଳେ ଏଥର କାହିଁକି କରାଗଲା ନାହିଁ? ଶ୍ରୀମନ୍ଦିର ପ୍ରଶାସନ ପାଖରେ କ’ଣ ଫୁଲ ଟିକେ ସଜାଇବା ଲାଗି ଆର୍ଥିକ ସମ୍ବଳ ନାହିଁ?

ଉଲ୍ଲେଖଯୋଗ୍ୟ କି ,ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ରତ୍ନଭଣ୍ଡାର ଚାବି ଓ ରଥଯାତ୍ରା ନେଇ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେଉଛି ବୋଲି ସୂଚନା ମିଳୁଛି।

ସମ୍ବନ୍ଧିତ ଖବର