ସିଙ୍ଗାପୁର ଓଡ଼ିଆ ସମାଜର ନୂଆ କର୍ମକର୍ତ୍ତା ନିର୍ବାଚିତ

ଭୁବନଶ୍ବେର : ସିଙ୍ଗାପୁର ଓଡ଼ିଆ ସମାଜର ନୂତନ କାର୍ଯ୍ୟକାରିଣୀ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସମିତି ସହ ଜଡ଼ିତ ବିଶେଷଜ୍ଞ ଏଲ୍‌ ଏଚ୍ ଓଙ୍ଗ୍‌ଙ୍କ ଉପସ୍ଥିତିରେ ବୈଠକରେ ଅଧ୍ୟକ୍ଷତା କରିଥିଲେ ସବ୍ୟସାଚୀ ମିଶ୍ର। ସଭାପତି ଭାବେ ଆଲୋକ ପଣ୍ଡା, ଉପ ସଭାପତି ଭାବେ ସୁବ୍ରତ ନାୟକ, ସମ୍ପାଦକ ଭାବେ ଶୁଭଦୀପ୍ତ ତ୍ରିପାଠୀ, ସହ ସମ୍ପାଦକ ଭାବେ ବିଭୂତି ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଧର୍ମ ଆଚାର୍ଯ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସଦସ୍ୟମାନେ ରିଲା ପାତ୍ର, ସ୍ବାଗତିକା ମିଶ୍ର, ପ୍ରସନ୍ନ ଜେନା, ସୌମ୍ୟ ସିଂ, ରୂପକ ସାହୁ, ପ୍ରତ୍ୟୁଷ ହୋତା ନିର୍ବାଚିତ ହୋଇଥିବାବେଳେ ବିତ୍ତ ବିଭାଗ ପରୀକ୍ଷକ ଭାବେ ସୌମ୍ୟ ପାଲ୍ ଓ ରଂଜନ ସାହୁ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର