କରୋନା ପାଇଁ ଆଲାଏନ୍ସ ଏୟାର ପକ୍ଷରୁ ସିଙ୍ଗଲ ଫ୍ଳାଇଟ୍ ନମ୍ବର ଓ ସିଙ୍ଗଲ ବୋର୍ଡ଼ିଂ ସୁବିଧା

ଝାରସୁଗୁଡ଼ା : ଆଲାଏନ୍ସ ଏୟାର ପକ୍ଷରୁ ଓଡ଼ିଶାର ଯାତ୍ରୀଙ୍କ ସୁବିଧା ନିମନ୍ତେ  ସିଙ୍ଗଲ ଫ୍ଲାଇଟ୍ ନମ୍ବର ଓ ସିଙ୍ଗଲ ବୋର୍ଡ଼ିଂ କାର୍ଡ଼ରେ ଯାତ୍ରାର ସୁବିଧା ଆରମ୍ଭ କରାଯାଇଛି । ଏହି ସୁବିଧା ଆସନ୍ତା ୨୪ ତାରିଖ ଠାରୁ ପ୍ରଦାନ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସୁବିଧା କରାଯାଇଥିବା କୁହାଯାଉଛି ।

କୋଲକାତା- ଭୁବନେଶ୍ବର ଭାୟା ଝାରସୁଗୁଡ଼ା, ଭୁବନେଶ୍ବର-ରାୟପୁର ଭାୟା ଝାରସୁଗୁଡ଼ା ଏବଂ ରାୟପୁର- କୋଲକାତା ଭାୟା ଝାରସୁଗୁଡ଼ା ଫ୍ଲାଇଟରେ ଏଥିପାଇଁ ଯାତ୍ରୀଙ୍କୁ ଗୋଟିଏ ଫ୍ଲାଇଟରେ ଗୋଟିଏ ବୋର୍ଡ଼ିଂ ପାସରେ କଲିକତାରୁ ଭୁବନେଶ୍ବର, ଭୁବନେଶ୍ବରରୁ ରାୟପୁର ଏବଂ ରାୟପୁରରୁ କୋଲକାତା ଯାତ୍ରା କରି ପାରିବେ। ପୂର୍ବରୁ କୋଲକାତାରୁ ଭୁବନେଶ୍ବର ଯାତ୍ରା କରୁଥିବା ବେଳେ ଝାରସୁଗୁଡ଼ା ଠାରୁ ଫ୍ଳାଇଟ୍ ନମ୍ବର ବଦଳୁଥିବାରୁ ଯେଉଁ ଯାତ୍ରୀ ମାନେ କୋଲକାତାରୁ ଭୁବନେଶ୍ବର ଯାଉଥିଲେ ସେମାନେ ଝାରସୁଗୁଡ଼ାାରେ ଓହ୍ଳାଇ ପୁଣିଥରେ ସିକ୍ୟୁରିଟି ଯାଞ୍ଚ ଓ ନୂଆଁ ବୋର୍ଡ଼ିଂ ପାସ ନେଇ ଆଉ ଥରେ ସେହି ବିମାନରେ ବସିବାକୁ ପଡ଼ୁଥିଲେ । ତେବେ ଯାତ୍ରୀଙ୍କୁ ଆଉ ଝାରସୁଗୁଡ଼ାରେ ଓହ୍ଲାଇବାକୁ ପଡ଼ିବ ନାହିଁ । ବିମାନ ନମ୍ବର ଗୋଟିଏ ରହୁଥିବାରୁ ଯାତ୍ରୀ ମାନେ ସେହି ଗୋଟିଏ ବୋର୍ଡ଼ିଂ ପାସରେ ବିମାନରୁ  ନ ଓହ୍ଳାଇ ଯାତ୍ରା କରି ପାରିବେ ବୋଲି ଆଲାଏନ୍ସ ଏୟାରର ଝାରସୁଗୁଡ଼ା ଷ୍ଟେସନ ମ୍ୟାନେଜର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର