ଭୁବନେଶ୍ୱର : ରାଜ୍ୟର ୧୨ଟି ଡିଗ୍ରି କଲେଜରେ ବି.ଏଡ୍ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ଦିଆଯାଉଥିବା ଶିକ୍ଷା ଲାଗି କଲେଜଗୁଡ଼ିକ ଅଲଗା ଅଲଗା ବାର୍ଷିକ ଫି’ ନେଉଥିବାରୁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ତାହାକୁ ଅନୁଧ୍ୟାନ କରି ଉଚ୍ଚଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏକକ ଫି’ କରିବାକୁ ନିଷ୍ପତ୍ତି ନେଇଛି। ୨ ବାର୍ଷିଆ ଏହି ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ମୋଟ ୯୦ ହଜାର ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ ବାର୍ଷିକ ୪୫ ହାଜର ଟଙ୍କା ଲେଖାଏଁ ଦେବେ। ଯେଉଁଥିରେ କୋର୍ସ ଫି’, ନାମଲେଖା ଫି’, ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ବିକାଶ ଫି’, ଷ୍ଟଡି ଟୁର ଫି’, ସେମିନାର ଫି’, ପରୀକ୍ଷା ଫି’ ଆଦି ରହିବ। ଏହି ଅର୍ଥ ବ୍ୟତୀତ କଲେଜ କର୍ତ୍ତୃପକ୍ଷ ଆଉ କୌଣସି ବାବଦରେ ଫି’ ଆଦାୟ କରିପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟ ଓ ରାଜଧାନୀ କଲେଜ, ଭଦ୍ରକ କଲେଜ, କେନ୍ଦୁଝରର ଡିଡି କଲେଜ, ଭବାନୀପାଟଣା କଲେଜ(କଳାହାଣ୍ଡି ବିଶ୍ୱବିଦ୍ୟାଳୟ), ସୁନ୍ଦରଗଡ଼ ସରକାରୀ କଲେଜ, ଖଲ୍ଲିକୋଟ କଲେଜ, ବରଗଡ଼ ପଞ୍ଚାୟତ କଲେଜ, ଜୟପୁରର ବିକ୍ରମ ଦେବ କଲେଜ, କଟକର ଶୈଳବାଳା ମହିଳା କଲେଜ, ରାଜେନ୍ଦ୍ର ସ୍ୱୟଂଶାସିତ କଲେଜ(ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ), ପୁରୀ ଏସସିଏସ୍ କଲେଜରେ ବି.ଏଡ୍ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି।
ଯୁକ୍ତ୩ କଲେଜରେ ବି.ଏଡ୍ ପାଠ୍ୟକ୍ରମ ପାଇଁ ଏକକ ଫି’
/sambad/media/post_attachments/wp-content/uploads/2020/08/college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)