ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଚଳିତବର୍ଷ ମଧ୍ୟ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ସାମ୍ସ ୱେବସାଇଟ୍ www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରି ଅଗଷ୍ଟ ୨ତାରିଖ ପୂର୍ବାହ୍ନ ୧୧ଟାରୁ ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୨୦ରେ ସାମ୍ସ ୱେବସାଇଟ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ଯାଏ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ୧୨ରୁ ୧୭ତାରିଖ ମଧ୍ୟରେ ଚଏସ୍ ଫିଲିଂ କରିପାରିବେ। ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ସହ ୨୮ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ଅନୁଷ୍ଠିତ ହେବ। ନଭେମ୍ବର ୪ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ନଭେମ୍ବର ୪ରୁ ୯ ମଧ୍ୟରେ ନାମ ଲେଖାଇବେ। ନଭେମ୍ବର ୧୨ରେ ଖାଲିଥିବା ସିଟ୍ ତାଲିକା ସାମ୍ସ ୱେବସାଇଟ୍ରେ ଉପଲବ୍ଧ ହେବ। ପରୀକ୍ଷାଫଳ ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀ ମଧ୍ୟ ଅନ୍ଲାଇନ୍ରେ ଆବେଦନ କରି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ତେବେ ବିଷୟଭିତ୍ତିକ ଓ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରସ୍ତୁତ ଲାଗି ସେମାନଙ୍କୁ ନିର୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବାକୁ ହେବ। ଯଦି ସେମାନେ ମାର୍କ ଦାଖଲ କରିବାରେ ବିଫଳ ହୁଅନ୍ତି, ତାଙ୍କ ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା
/sambad/media/post_attachments/wp-content/uploads/2020/12/Exam12.jpg)
/sambad/media/agency_attachments/2024-07-24t043029592z-sambad-original.webp)